ଜାତୀୟ ରାଜପଥରେ ଘଟିଲା ଦୁର୍ଘଟଣା , ଟ୍ରଲର ଧକ୍କାରେ ଜଣେ ମୃତ ଦୁଇ ଗୁରୁତର

ମୟୂରଭଞ୍ଜ : ମୟୂରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅଧୀନ ଜାତୀୟ ରାଜପଥ 49ର ଭୁରଶାନି ଛକ ନିକଟରେ ଟ୍ରଲର ଓ ବାଇକ ଦୁର୍ଘଟଣା ହୋଇଛି । ଏହି ଦୁର୍ଘଟଣାରେ ଜଣେ ମୃତ ଓ ଜଣେ ଗୁରୁତର । ଅଳ୍ପକେ ବର୍ତଲେ ଜଣେ ଯୁବକ ଓ ଯୁବତୀ । ମୃତକ ଜଣକ ହେଲେ ବିଶୋଇ ଥାନା ଅଞ୍ଚଳର ବୁବୁନ ମୁର୍ମୁ ଓ ଦୁଇ ଆହାତ ହେଲେ ବିଶୋଇ ଥାନା ଅଞ୍ଚଳର କୁଆଁର ମାରାଣ୍ଡି ଏବଂ ଟାଟା ଯାଦୁଗଡା ଥାନା କୁମ୍ଭୀରମୁଣ୍ଡି ଅଞ୍ଚଳର ସୁନିତା ସୋରେନ।
ଗୁରୁତ୍ତର ଆହତ ଦୁଇ ଜଣକୁ ପ୍ରାଥମିକ ଚିକିତ୍ସା ପାଇଁ ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ଥିଲା । ହେଲେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ ବାରିପଦା PRM ମେଡିକାଲ କଲେଜକୁ ପଠାଯିବ ବୋଲି ଡାକ୍ତର କହିଛନ୍ତି । ଦୁର୍ଘଟଣା ଘଟାଇ ଥିବା ଟ୍ରକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ଝାରପୋଖରୀଆ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।