ପିପିଲି : ଚିହ୍ନଟ ହେଲା ୧୨୦୦ ବର୍ଷ ତଳର ପୁରାତନ ମରିଚିଙ୍କ ମୂର୍ତ୍ତି

ପିପିଲି (କେନ୍ୟୁଜ) : ପୁରୀ ଜିଲ୍ଲା ପିପିଲି ମଙ୍ଗଳପୁର ପହଂଚାୟତ ସିଂହାରପୁର ଗ୍ରାମରେ ଚିହ୍ନଟ ହେଲା ୧୨୦୦ ବର୍ଷ ତଳର ପୁରାତନ ମୂର୍ତ୍ତି । ଠାବ କଲେ ଇଂଟାକର ଐତିହ୍ୟ ଗବେଷକ ଦୀନକ ନାୟକ । ସିଂହାରପୁର ସ୍ଥିତ ଶ୍ରୀଶ୍ରୀ ଅଖଣ୍ଡଶ୍ୱର ମହାଦେବଙ୍କ ମନ୍ଦିର ପାଶ୍ୱର୍ରେ ସାବିତ୍ରୀ ଭାବରେ ପୁଜା ପାଉଥିବା ବହୁ ପୁରାତନ ମୂର୍ତ୍ତିଟି ବାସ୍ତବରେ ମରିଚିଙ୍କ ମୂର୍ତ୍ତି । ଏହା ପ୍ରାଚୀନ ବୌଦ୍ଧ ଯୁଗ ବା ଭୌମକର ଯୁଗ ଅଷ୍ଟମ କିମ୍ବା ନବମ ଶତାଦ୍ଦୀ ସମୟର ଯାହାକି ଏଭଳି ମୂର୍ତ୍ତି ଓଡ଼ିଶାରେ ବିରଳ ତା ସହିତ ମନ୍ଦିର ଚତୁଃପାଶ୍ୱର୍ରେ ମଧ୍ୟ ଭୈରବ ଆସ୍ତିକ ଜରତକୁରୁ ଏବଂ ସୂର୍ଯ୍ୟଙ୍କର ବହୁ ପୁରାତନ ପ୍ରସ୍ତର ଖୋଦିତ ମୂର୍ତ୍ତି ଜରାଜିର୍ଣ୍ଣ ଅବସ୍ଥାରେ ରହିଛି । ଅନେକ ବର୍ଷ ଧରି ଏହି ମୂଲ୍ୟବାନ ପୁରାତନ ମୂର୍ତ୍ତି ସବୁ ବାହାରେ ପଡ଼ି ରହି କରୁକାର୍ଯ୍ୟ ଲିଭିଯିବାକୁ ବସିଲାଣି ।
ସେଥିପାଇଁ ସରକାରୀ ସ୍ତରରେ ହେଉ ଅଥବା ଗ୍ରାମବାସୀଙ୍କ ଦ୍ୱାରା ହେଉ ଅବିଳମ୍ବେ ଏହି ପୁରାତନ ମୂର୍ତ୍ତିଗୁଡ଼ିକୁ ସୁରକ୍ଷିତ ଭାବରେ ରଖିବାକୁ ପରାମର୍ଶ ଦେଇଛନ୍ତି ଇଂଟାକର ଐତିହ୍ୟ ଗବେଷକ ଦିପକ ନାୟକ । ସୂଚନା ଅନୁଯାୟୀ ଗତବର୍ଷ ଶ୍ରୀ ନାୟକ ବୀର ପୁରୁଷୋତ୍ତମପୁର ସ୍ଥିତ ୧୫୦୦ ବର୍ଷ ପୁରୁଣା ଶ୍ରୀ ସ୍ୱପ୍ନେଶ୍ୱର ଦେବ ମହାଦେବଙ୍କ ମନ୍ଦିର ଚିହ୍ନଟ କଲାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ପ୍ରଚେଷ୍ଟାରେ ଉକ୍ତ ମନ୍ଦିର ପୁନରୁଦ୍ଧାର କରାଯାଇ ବହୁ ପୁରାତନ ସଂସ୍କୃତି ଓ ଭାସ୍କର୍ଯ୍ୟର ସୁରକ୍ଷା ହୋଇ ପାରିଥିବା ଦେଖା ଦେଇଛି ।