ସାମ୍ନାକୁ ଆସିଲା ପୁରୀରେ ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ, ଥାନାରେ ଏତଲା

ପୁରୀ : ସାମ୍ନାକୁ ଆସିଲା ପୁରୀରେ ମହାପ୍ରଭୁଙ୍କ ଜମିକୁ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ । ମାଟିତୋଟା ମୌଜାରେ ମହାପ୍ରଭୁ ଜଗନ୍ନାଥଙ୍କ ନାଁରେ ଥିବା ଜମି ବେଆଇନ ଭାବରେ ଜବରଦଖଲ କରି ହସ୍ତାନ୍ତର ଉଦ୍ୟମ ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ନଜରକୁ ଆସିଛି । ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବାସେଳିସାହି ଥାନାରେ ଏତଲା ଦିଆଯାଇଛି ।

ମାଟିତୋଟା ମୌଜାର ୟୁନିଟ ନଂ-୧, ଖାତା ନମ୍ବର-୩୮ର ମୋଟ ୧୦୯ଟି ପ୍ଲଟ ଏହି ଜମିକୁ ବେଆଇନ ଭାବେ ହାତେଇବା ଉଦ୍ୟମକୁ କଦାପି ବରଦାସ୍ତ କରାଯିବ ନାହିଁ । ଏହା ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଲାଗି ଜିଲ୍ଲାପାଳ ଓ ଏସପିଙ୍କୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସଂପତ୍ତିର ଏଭଳି ବେଆଇନ ହସ୍ତାନ୍ତର ସଂପୂର୍ଣ୍ଣ ଭାବେ ଅବୈଧ। ଏହାଦ୍ବାରା ନିଜେ ଠକେଇର ଶିକାର ହେବା ସହ ଆଇନ ଅନୁଯାୟୀ ଦଣ୍ଡିତ ମଧ୍ୟ ହେବେ। ତେଣୁ ଏପରି ବେଆଇନ ହସ୍ତାନ୍ତରରୁ ବ୍ୟକ୍ତି କିମ୍ବା ଅନୁଷ୍ଠାନ ନିବୃତ୍ତ ରହିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ଅବଗତ କରାଯାଇଛି।

You might also like