ହୁତୁହୁତୁ ହୋଇ ଜଳିଗଲା ଇଲେକ୍ଟ୍ରି ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ

ରାଇରଙ୍ଗପୁର (କେନ୍ୟୁଜ): ହୁତୁ ହୁତୁ ହୋଇ ଜଳିଗଲା ଇଲେକ୍ଟ୍ରୋନିକ୍ସ ଦୋକାନ। ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ସହରର ଶ୍ରୀ ଇଲେକ୍ଟ୍ରୋନିକ୍ସ ନାମକ ଏକ ଇଲେକ୍ଟ୍ରୋନିକ୍ସ ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗି ଦୋକାନ ଜିନିଷ ନିଆଁରେ ଜଳି ପାଉଁଶ ହୋଇଯାଇଛି । ଦୋକାନ ମାଲିକ ମନୋରଞ୍ଜନ ମହାନ୍ତ ପୂଜା ସାରି ରାତିରେ ଦୋକାନ ବନ୍ଦ କରି ଘରକୁ ଯାଇଥିଲେ।
ତେବେ ସକାଳୁ ଧୂଆଁ ବାହାରିବା ଦେଖି ଲୋକେ ଦୋକାନ ମାଲିକ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ , ସଟର ଖୋଲି ଦେଖିବା ପରେ ଫ୍ରିଜ, ଏଲଇଡ଼ି ଟିଭି , ଏସି ଆଦି ଦାମୀ ଇଲେକ୍ଟ୍ରୋନିକ୍ସ ଜିନିଷ ଗୁଡିକ ନିଆଁରେ ଜଳି ପାଉଁଶ ହୋଇଯାଇଥିଲା। ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିବା ବେଳେ ସେତେବେଳେକୁ ସମସ୍ତ ଜିନିଷ ଜଳି ପାଉଁଶ ହୋଇଯାଇଥିଲା। ଲକ୍ଷାଧିକ ତାଙ୍କର ଜିନିଷ ନଷ୍ଟ ହୋଇଯାଇଥିବା ବେଳେ ନିଆଁ ଲାଗିବାର କାରଣ ଜଣାପଡ଼ିନାହିଁ।