ବରଗଡ଼ରେ ଅଘଟଣ: ଶୋଇଥିବାବେଳେ ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲା ହାତୀ

ବରଗଡ଼ (କେନ୍ୟୁଜ): ପୁଣି ହାତୀ ଉପଦ୍ରବ । ଗୋଟିଏ ପରିବାରର ୩ ଜଣଙ୍କୁ ଦଳିଦେଲେ ୩ଟିକିଆ ହାତୀପଲ । ରାତିରେ ଶୋଇଥିବାବେଳେ ଘର ପଛପଟୁ ଆସି ଦଳିଦେଇଥିଲେ । ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ସାଲଡିହି ଗାଁରେ ଘଟିଛି ଏଭଳି ଅଘଟଣ । ମୃତକ ସାଲଡିହି ଗାଁର ବିପିନ ବରିହାଙ୍କ ସ୍ତ୍ରୀ, ପୁଅ ଏବଂ ଝିଅ। ଅନ୍ୟପକ୍ଷରେ ସ୍ୱାମୀ ବିପିନ ବରିହା ଏବଂ ପୁଅ ମଣ୍ଟୁ ବରିହା ଅଳ୍ପକେ ବର୍ତ୍ତି ଯାଇଛନ୍ତି । ହାତୀ ଉପଦ୍ରବକୁ ନେଇ ଚିନ୍ତାରେ ଲୋକେ ।
ଗତକାଲି ବିଲମ୍ବିତ ରାତି ୧୧ ଟାରେ ହାତୀ ପଲ ଘର ପଛ ପଟୁ ଆସି ସେମାନଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଘଟଣାସ୍ଥଳରେ ମା, ପୁଅ ଏବଂ ଝିଅଙ୍କ ମୃତ୍ୟୁ ଘଟିଥିଲା । ଖବର ପାଇ ବନ ବିଭାଗ କର୍ମଚାରୀଙ୍କ ୩ଟିମ୍ ଘଟଣା ସ୍ଥଳରେ ଉପସ୍ଥିତ ରହି ହାତୀ ଘଉଡ଼ାଇବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କରାଯାଉଥିବା ବନ ବିଭାଗ ପକ୍ଷରୁ ସୁଚନା ଦିଆଯାଇଛି । ଜଙ୍ଗଲୀ ହାତୀ ପାଇଁ ଏବେ ସେ ଅଞ୍ଚଳରେ ରାସ୍ତାଘାଟ ଶୁନସାନ ହୋଇଯାଇଥିବାବେଳେ ଲୋକେ ଘରୁ ବାହାରିବାକୁ ଡରୁଛନ୍ତି । ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ଉପସ୍ଥିତ ରହିଛନ୍ତି।