ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା: ଅତିରିକ୍ତ ଡିଜିଙ୍କ ଅଧ୍ୟକ୍ଷତାରେ ଏସ୍ପିଙ୍କ କାର୍ଯ୍ୟାଳୟରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ

ପୁରୀ(କେନ୍ୟୁଜ) : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଶୃଙ୍ଖଳିତ ଭାବେ କିଭଳି ରଥଯାତ୍ରା ଆୟୋଜନ କରାଯିବ ସେନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ। ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମାଙ୍କ ଅଧ୍ୟକ୍ଷତାରେ ଏସ୍ପିଙ୍କ କାର୍ଯ୍ୟାଳୟରେ ବୈଠକ ବସିଛି।
ବୈଠକରେ ଆଇଜି ଅମିତାବ ଠାକୁର, ନରସିଂହ ଭୋଳ, ସତ୍ୟବ୍ରତ ଭୋଇ, ଏସିପି ଉମାଶଙ୍କର ଦାଶ ଓ ପୁରୀ ଏସ୍ପି କେ. ବିଶାଲ ସିଂହ ଯୋଗ ଦେଇଛନ୍ତି। ବୈଠକରେ ଜନଗହଳି ନିୟନ୍ତ୍ରଣ, ଭକ୍ତଙ୍କ ଶୃହ୍ଖଳିତ ଦର୍ଶନ, ରଥଟମା, ଟ୍ରାଫିକ ପରିଚାଳନା, ଭିଭିଆଇପି ଦର୍ଶନ ଓ ସୁରକ୍ଷା ଏବଂ ବେଳାଭୂମିରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଉଛି।