୧୩ରେ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ, ୫ଟି ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଉପରେ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର : ଆସନ୍ତା ୧୩ ତାରିଖରେ ବସିବ ରାଜ୍ୟ କ୍ୟାବିନେଟ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ ।  ମଧ୍ୟାହ୍ନ ୧୨ଟାରେ ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ ।  ବୈଠକରେ ୫ଟି ବିଭାଗର ପ୍ରାୟ ୭ଟି ପ୍ରସ୍ତାବ ଆସିବା ସମ୍ଭାବନା ରହିଛି । ପୂର୍ତ୍ତ, ଜଳସମ୍ପଦ, ନଗର ଉନ୍ନୟନ ଏବଂ ଆଇନ ବିଭାଗର ପ୍ରସ୍ତାବ ଆସିପାରେ ବୋଲି ଅନୁମାନ କରାଯାଉଛି ।  ସେହିପରି କ୍ୟାବିନେଟ୍‌ର ବୈଠକର ପୂର୍ବ ଦିନ ଅର୍ଥାତ ୧୨ ତାରିଖରେ ସଚିବସ୍ତରୀୟ ବୈଠକ ହେବାର ସୂଚନା ରହିଛି  ।

 

ଆହୁରି ପଢ଼ନ୍ତୁ : ଖୁବ ଶୀଘ୍ର ଜୟପୁରରୁ ଭୁବନେଶ୍ୱର ଚାଲିବ ବନ୍ଦେ ଭାରତ ଏକ୍ସପ୍ରେସ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ