ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆଜି ଓଡ଼ିଶା ଆସୁଛନ୍ତି ଅନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର: ବନ୍ୟା କ୍ଷୟକ୍ଷତି ଆକଳନ କରିବାକୁ ଆଜି ଓଡ଼ିଶା ଆସୁଛି ଅନ୍ତଃ ମନ୍ତ୍ରିସ୍ତରୀୟ କେନ୍ଦ୍ରୀୟ ଟିମ୍‌। ଗୃହମନ୍ତ୍ରାଳୟରେ ଯୁଗ୍ମ ସଚିବ ଥିବା ପ୍ରବୀଣ ବଶିଷ୍ଟଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମ୍‌ ଦୁଇ ଦିନ ରାଜ୍ୟର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ଯାଇ କ୍ଷୟକ୍ଷତି ଅନୁଧ୍ୟାନ କରିବେ। ଏହି ଟିମ୍‌ରେ କୃଷି, ଜଳ ସମ୍ପଦ, ସଡ଼କ ପରିବହନ , ଗ୍ରାମ୍ୟ ଉନ୍ନୟନ ଓ ଅର୍ଥ ମନ୍ତ୍ରାଳୟର ସଦସ୍ୟ ରହିଛନ୍ତି।

ଏହି ଟିମ୍‌ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳ ଗସ୍ତ କରିବେ। ଅନୁଧ୍ୟାନ ସାରି କାଲି ଅପରାହ୍ନରେ ଭୁବନେଶ୍ୱର ପହଞ୍ଚିବେ। ସଂଧ୍ୟାରେ କେନ୍ଦ୍ରୀୟ ଟିମ୍‌ ସହ ମୁଖ୍ୟ ଶାସନ ସଚିବଙ୍କ ସହ ବୈଠକରେ ଆଲୋଚନା କରିବା  କାର୍ଯ୍ୟକ୍ରମ ରହିଛି। ଏହି ବୈଠକରେ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଏସ୍‌ଆରସି, ବିପର୍ଯ୍ୟୟ ପରିଚାଳନାର ଅତିରିକ୍ତ ମୁଖ୍ୟ ସଚିବ ପ୍ରମୁଖ ଉପସ୍ଥିତ ରହିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.