କନିକା ରାଜାଙ୍କ ନାତୁଣୀ ବୋହୂଙ୍କୁ ହତ୍ୟା ଘଟଣାର ଚାଲିଛି ଖୋଳତାଡ, ୧୫ଦିନରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିବ ପୋଲିସ୍

କଟକ(କେନ୍ଯୁଜ୍): କନିକା ରାଜାଙ୍କ ନାତୁଣୀ ବୋହୂ ପରେଶ କୁମାରୀ ଦେବୀଙ୍କୁ ହତ୍ୟାର ଚାଲିଛି ଖୋଳତାଡ । ୧୫ଦିନ ମଧ୍ୟରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିବ ପୋଲିସ୍ । ହତ୍ୟାରେ ବ୍ୟବହୃତ ମାରଣାସ୍ତ୍ର, ସାଇଣ୍ଟିଫିକ୍‌ ପ୍ରମାଣ, ସିସିଟିଭି ଫୁଟେଜ ଏବଂ ପ୍ରତ୍ୟକ୍ଷ ଦର୍ଶୀଙ୍କ ବୟାନ ମିଳିସାରିଛି । ଅଭିଯୁକ୍ତ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓଙ୍କୁ ଦୋଷୀ ପ୍ରମାଣିତ କରିବା ପାଇଁ ଏସବୁ ଯଥେଷ୍ଟ । ତେଣୁ ଚଳିତ ସପ୍ତାହରେ ତଦନ୍ତ ଶେଷ କରି ୧୫ଦିନ ମଧ୍ୟରେ ଚୂଡାନ୍ତ ଚାର୍ଜସିଟ୍‌ ଦାଖଲ କରିବାକୁ ନିଷ୍ପତ୍ତି ନେଇଛି ପୋଲିସ ।

ଏପରିକି ହତ୍ୟା ମାମଲାର ବିଚାର ୬ମାସ ମଧ୍ୟରେ ଶେଷ କରିବାକୁ କୋର୍ଟଙ୍କ ନିଟରେ ପ୍ରାର୍ଥନା କରାଯିବ ବୋଲି ସୂଚନା ଦେଇଛି ବିଡାନାସୀ ପୋଲିସ। ମାମଲାର ସୁପରଭିଜନ୍‌ କରୁଥିବା ଜୋନ୍‌ ଏସ୍‌ପି ମଧ୍ୟ ଏହାକୁ ଗୁରୁତ୍ୱ ଦେଉଛନ୍ତି । ତେଣୁ ଠିକ୍‌ ସମୟରେ ଚାର୍ଜସିଟ୍‌ କରାଯାଇ ଟ୍ରାଏଲ ଆରମ୍ଭ ହୋଇପାରିବ ବୋଲି ପୋଲିସ କହିଛି ।

ଗତ ୨୬ ତାରିଖରେ କଟକ ଶ୍ରୀବିହାର କଲୋନୀ ସ୍ଥିତ ଘରେ ପରେଶ କୁମାରୀ ଦେବୀଙ୍କୁ ହତ୍ୟା କରିଥିଲେ ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ । ସମ୍ପତ୍ତିକୁ ନେଇ ମାଆ ଓ ପୁଅଙ୍କ ଭିତରେ ଅନେକ ସମୟରେ ପାଟିତୁଣ୍ଡ ଲାଗି ରହୁଥିଲା । ଶେଷରେ ନିଜ ମାଆଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରିଥିଲେ ପୁଅ ଶୁଭେନ୍ଦ୍ର ନାରାୟଣ ଭଞ୍ଜଦେଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.