ଝାରପଡା ଜେଲରେ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ଝାରପଡା ଜେଲରେ କଏଦୀଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଜେଲ୍ ଡିଆଇଜି ଅନସୂୟା ଜେନାଙ୍କ ତଦନ୍ତ ଆରମ୍ଭ । ସବୁ ଦିଗକୁ ନେଇ ତଦନ୍ତ କରାଯିବ ବୋଲି ସୂଚନା ଦେଇଛନ୍ତି ଜେଲ୍ ଡିଆଇଜି । ଜେଲ ଭିତରେ କେମିତି ହେଲା ଆକ୍ରମଣ। ପର୍ଯ୍ୟାପ୍ତ ସୁରକ୍ଷା କର୍ମୀ ଥିଲେ କି  ? ଏସବୁର ତଦନ୍ତ କରାଯାଉଛି ।

ଜେଲ ADG ଅମିତାଭ ଠାକୁର ମଧ୍ୟ ଜେଲରେ ପହଞ୍ଚି ତଦନ୍ତ କରୁଛନ୍ତି । ଗତକାଲି ହାଇଦରର ପୁଅ ସେଖ କାଦିର ଓରଫ ମୁନା ଗ୍ୟାଙ୍ଗ ଅନ୍ୟ ଜଣେ କଏଦୀ ସୌମ୍ୟଙ୍କୁ ମରମାନ୍ତକ ଆକ୍ରମଣ କରିଥିଲେ । ଜେଲ୍ ୪ କାନ୍ଥ ଭିତରେ ମାଡ ମାରି ମୁଣ୍ଡ ଫଟାଇ ଦେଇଛନ୍ତି ମୁନ୍ନା ଓ ତାଙ୍କ ଗ୍ୟାଙ୍ଗ ।

ଶେଖ୍ ମୁନା ମୃତ ଗ୍ୟାଙ୍ଗଷ୍ଟର ହାଇଦରର ପୁଅ । ତା ନାଁରେ ୧୮ଟି ସଙ୍ଗୀନ ମାମଲା ରହିଛି । ୨୦୧୧ରେ ବ୍ୟବସାୟୀଙ୍କୁ ହତ୍ୟା ମାମଲାରେ ସେ ଆଜୀବନ କାରାଦଣ୍ଡ ଭୋଗୁଛି । ଚୌଦ୍ଵାର ଜେଲରେ ଏଭଳି ଗ୍ୟାଙ୍ଗ କରି ଗଣ୍ଡଗୋଳ କରିବାରୁ ଝାରପଡା ସ୍ଥାନାନ୍ତର ହୋଇଥିଲା ।

You might also like