ନାବାଳିକା କେୟାର ଟେକରୁ ପିଟିପିଟି ହତ୍ୟା ଅଭିଯୋଗ, ବେଙ୍ଗାଳୁରୁରେ ଓଡ଼ିଆ ଦମ୍ପତି ଗିରଫ

ବେଙ୍ଗାଳୁରୁରେ ସୁଟକେସରୁ ନାବାଳିକାର ମୃତଦେହ ଉଦ୍ଧାର ଘଟଣାର ପର୍ଦ୍ଦାଫାସ । ହତ୍ୟା ଅଭିଯୋଗରେ ଓଡ଼ିଆ ଦମ୍ପତିଙ୍କୁ ଗିରଫ କରିଛି ତାମିଲନାଡ଼ୁ ପୋଲିସ । ପୁଅକୁ ଖାଇବାକୁ ନଦେବାରୁ ନାବାଳିକାକୁ ହତ୍ୟା କରିଥିଲେ ଦମ୍ପତି ।
ଗତ ସେପ୍ଟେମ୍ବର ୨୭ରେ ଅବିନାଶ ସାହୁଙ୍କ ପତ୍ନୀ ଅଶ୍ୱିନ ପାଟିଲ ପୁଅର ଖାଦ୍ୟ ଖାଇବା ପାଇଁ ଜିଦି ଧରିଥିଲା । କିନ୍ତୁ ଘରେ ପୁଅର ଦେଖାଶୁଣା କରୁଥିବା ନାବାଳିକା ସୁମାଇନ ଖାଇବା ଦେଇନଥିଲେ । ଅଶ୍ବନି ରାଗିଯାଇ ଉକ୍ତ ନାବାଳିକାକୁ ବାଡ଼େଇବା ସହ ଏକ ରୁମରେ ବନ୍ଦ କରିଦେଇଥିଲେ । ଫଳରେ ଆହତ ସୁମାଇନ ଆହତ ଅବସ୍ଥାରେ ମୃତ୍ୟୁ ଘଟିିଥିଲେ । ନାବାଳିକା ମୃତ୍ୟୁ ଦେଖି ଉଭୟ ଦମ୍ପତି ଆତଙ୍କିତ ହୋଇଯାଇଥିଲେ । ସୁଟକେସରେ ଭର୍ତ୍ତି କରି ନିଜ କାର ଯୋଗେ ତାମିଲନାଡୁ ସାଙ୍କରୀ କୁ ନେଇଯାଇ ଭାଇକୁଣ୍ଟମ୍ଵ ଠାରେ ଥିବା ବ୍ରିଜ ତଳେ ଫିଙ୍ଗି ଦେଇଥିଲେ । ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଥିଲା ସ୍ଥାନୀୟ ପୋଲିସ । ଘଟଣା ପରଠାରୁ ଦମ୍ପତିଙ୍କ ଫୋନ୍ ସୁଇଚଅଫ୍ ଥିଲା । ଉଭୟ ଦମ୍ପତିଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇ ପଚରାଉଚରା ପରେ ସାଲେମ କେନ୍ଦ୍ରୀୟ କାରାଗାର ରଖାଯାଇଛି ।