କରୋନା ରୋଗୀଙ୍କୁ ଖୁସି କରିବା ପାଇଁ ନାଚିଲେ ଆସାମର ସିଲଚର୍‌ ମେଡିକାଲ କଲେଜରେ କାର୍ଯ୍ଯ କରୁଥିବା ଓଡ଼ିଆ ଡାକ୍ତର, ଏବେ ଭାଇରାଲ ହେବାରେ ଲାଗିଛି ଭିଡ଼ିଓ

ଭୁବନେଶ୍ବର: ପ୍ରତିଦିନ ଅନେକ ନୂଆ ମାମଲା ସାମ୍ନାକୁ ଆସୁଛି । ଜୀବନ ଏବଂ ମୃତ୍ୟୁ ମଧ୍ୟରେ ଅଟକି ରହିଛନ୍ତି ଆମେ ସଭିଏଁ। ଏହାରି ଭିତରେ କରୋନା ରୋଗୀଙ୍କ ପାଇଁ ନିଜ ଜୀବନକୁ ବାଜି ଲଗାଇ ନିଜର କର୍ତ୍ତବ୍ଯ କରିଚାଲିଛନ୍ତି ଡାକ୍ତର । ସତରେ ଏହି କରୋନା କାଳରେ ଡାକ୍ତରଙ୍କ ଭୂମିକା ଅତୁଳନୀୟ ।

ଏହାରି ଭିତରେ ପୁଣି କରୋନା ରୋଗୀଙ୍କୁ ଖୂସି କରିବା ପାଇଁ ଭିନ୍ନ ଉପାୟ ଆପଣାଛନ୍ତି ଜଣେ  ଡାକ୍ତର।  ସେମାନଙ୍କୁ ଟିକେ ଖୁସି କରିବା ପାଇଁ  ନାଚିଛନ୍ତି ଜଣେ ଡାକ୍ତର । ସେ ପୁଣି ଅତି ସୁନ୍ଦର ଭାବେ । ଡ୍ୟୁଟି ରେ ଥିବା ଡାକ୍ତର କରୋନା ରୋଗୀଙ୍କ ମନୋବଳ ବଢ଼ାଇବାକୁ ଏଭଳି ନୃତ୍ୟ କରିଥିଲେ । ନୃତ୍ୟ କରୁଥିବା ଡାକ୍ତର ଜଣକ ହେଉଛନ୍ତି ଜଣେ ଓଡ଼ିଆ । ତାଙ୍କ ନାଁ ଡକ୍ଟର ଅରୁପ ସେନାପତି । ସେ ENT ସର୍ଜନ ଭାବେ ଆସାମର ସିଲଚର୍‌ ମେଡିକାଲ କଲେଜରେ କାମ କରୁଛନ୍ତି । ଏହି ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

Leave A Reply

Your email address will not be published.