ଅଭିଯୋଗ ପ୍ରକୋଷ୍ଠରେ ଆଜି ନିଆରା ଅଭିଯୋଗ, ମୁଖ୍ୟମନ୍ତ୍ରୀ ମୋତେ ନ୍ୟାୟ ଦିଅନ୍ତୁ କହିଲେ ବାସନ୍ଦ ପ୍ରେମିକା
ଭୁବନେଶ୍ୱର : ପ୍ରେମ ବିବାହ କଣ ଭୁଲ ? କାହିଁକି ଆମକୁ ବାସନ୍ଦ କରାଯାଇଛି l ମୁଁ ଅନ୍ୟ ଧର୍ମର ଝିଅ ଆଉ ଆଉ ଆଉ ଗୋଟେ ଧର୍ମର ପୁଅକୁ ପ୍ରେମ ବିବାହ କରିଛି l ମୁଖ୍ୟମନ୍ତ୍ରୀ ମୋତେ ନ୍ୟାୟ ପ୍ରଦାନ କରନ୍ତୁ l ଏଭଳି ଅଭିଯୋଗ ନେଇ ବାଲେଶ୍ବର ବାଲିକୁଟିର ଲିନା ସରିତା ଖାକା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହାଜର ହୋଇଛନ୍ତି l
ପରିବାର ଯେତେବେଳେ କୌଣସି ସମସ୍ୟା ନାହିଁ, ସ୍ଥାନୀୟ ଅଞ୍ଚଳର କିଛି ଅସାମାଜିକ ଲୋକ ତାକୁ ଧମକ ଦେବା ଓ ତାଙ୍କ ସ୍ୱାମୀଙ୍କୁ ମାଡ଼ ମାରିଥିବା କହିଛନ୍ତି ଲିନା l ଘଟଣା ସମ୍ପର୍କରେ ପୋଲିସ ଅଧିକାରୀଙ୍କ ନଜରକୁ ଆଣିବା ପରେ ବି ଫଳ ଶୂନ। ଯଦି କିଏ ତାଙ୍କ ସହ କଥା ହୁଏ ତାଙ୍କୁ ଵି ମନା କରୁଛନ୍ତି ଅସାମାଜିକ ଲୋକ l ସମାଧାନ ବାବଦକୁ ବାରମ୍ବାର ଟଙ୍କା ଵି ନେଇଛନ୍ତି ହେଲେ ଗାଁରେ ଏକ ଘରିକିଆ କରି ରହିଛନ୍ତି l ମୁଖ୍ୟମନ୍ତ୍ରୀ ମୋତେ ନ୍ୟାୟ ଦିଅନ୍ତୁ ବୋଲି ଲିନା କହିଛନ୍ତି ।