ଗଞ୍ଜାମ ଖଲିିଙ୍ଗୀ ଗାଁରେ ଅଜଣା ଜନ୍ତୁ ଆତଙ୍କ: ଗୁହାଳରେ ପଶି ରାତି ଅଧରେ ମାରିଲା ଏକାଧିକ ଛେଳି

ବ୍ରହ୍ମପୁର(କେନ୍ୟୁଜ୍):ପୁଣି ଅଜଣା ଜନ୍ତୁ ଆତଙ୍କ । ଛେଳି ମଡ଼କ । ଗୁହାଳରେ ପଶି ରାତିରେ ଏକାଧିକ ଛେଳିଙ୍କୁ ମାରିଲା ଅଜଣା ଜନ୍ତୁ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିିଙ୍ଗୀ ଗାଁରେ । ଦାସ ଗୌଡ଼ଙ୍କ ଗୁହାଳରେ ଗତକାଲି ବିଳମ୍ବିତ ରାତିରେ ଅଜଣା ଜନ୍ତୁ ପଶି ୧୫ଟି ଛେଳିଙ୍କୁ ମାରି ଦେଇଛି । ଆଉ ୫ଟି ଛେଳିଙ୍କୁ ନେଇ ଯାଇଥିବା କହିଛନ୍ତି ଛେଳି ମାଲିକ ।

ଖବର ପାଇ ଗାଁରେ ପହଞ୍ଚିଛନ୍ତି ପ୍ରାଣୀଧନ ବିଭାଗ ଓ ବନ ବିଭାଗ କର୍ମଚାରୀ । ତେବେ ଛେଳିଙ୍କୁ କେଉଁ ଜନ୍ତୁ ମାରିଲା ? ଗାଁ ଲୋକ ଆତଙ୍କିତ ହୋଇଛନ୍ତି । ପୂର୍ବରୁ ଗଜପତି ଜିଲ୍ଲାରେ ବି କିଛି ଛେଳି ଓ ମେଣ୍ଢାଙ୍କୁ ମାରିଥିଲା ଅଜଣା ଜନ୍ତୁ । ତାପୂର୍ବରୁ ନିଆଳି ଅଞ୍ଚଳରେ ଅଜଣା ଜନ୍ତୁ ଆଜଙ୍କ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ।

Leave A Reply

Your email address will not be published.