ଆଳିରେ ଚିନ୍ତା ବଢ଼ାଇଛି ଅଜଣା ରୋଗ, ୧୦୦ରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ

ଆଳି : ଚିନ୍ତା ବଢ଼ାଇଛି ଅଜଣା ରୋଗ । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମାଣିକପାଟଣା ପଞ୍ଚାୟତର ବାଲିଉପରପଡ଼ାରେ ୧୦୦ରୁ ଊର୍ଦ୍ଧ୍ଵ ଲୋକ ଅଜଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି । ପ୍ରଥମେ ଜ୍ଵର ହେଉଛି ପରେ ପରେ ଗୋଡ଼ ଏବଂ ହାତ ଗଣ୍ଠିବିନ୍ଧା ହେବା ସହ ମୁହଁରେରେ କଳାଦାଗ ଦେଖାଦେଉଛି ।  ଜ୍ଵର ବେଶି ଦିନ ଲାଗି ରହିଲେ ନିଜେ ଉଠି ଚାଲିବା ବି କଷ୍ଟକର ହୋଇପଡୁଛି ।

ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ରକ୍ତ ନମୁନା ପରୀକ୍ଷା ପରେ ମଧ୍ୟ କିଛି ବି ରିପୋର୍ଟ ଆସୁନାହିଁ ।  ଏନେଇ ଗ୍ରାମବାସୀମାନେ କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ଏକ ଡାକ୍ତରୀ ଟିମ ଗାଁରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଛନ୍ତି । ଏଥିସହିତ ୬୫ଜଣଙ୍କ ରକ୍ତ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି । ଦିନକୁ ଦିନ ଅଜଣା ରୋଗ ବ୍ୟାପି ଚାଲିଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଅନ୍ୟପଟେ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ଆଳି CHCର ମେଡ଼ିକାଲ ଅଫିସର କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like