ଭୁବନେଶ୍ବର(କେନ୍ୟୁଜ୍): ଚେନ୍ନାଇ ଚିଡ଼ିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଆନାକୋଣ୍ଡାର ମୃତ୍ୟୁ ହୋଇଛି।ଦୀର୍ଘ ତିନିବର୍ଷର କସରତ ପରେ ଶେଷରେ ୨୨ ତାରିଖରେ ଚେନ୍ନାଇରୁ ୮ଟି ଆନାକୋଣ୍ଡା ଆଣିଥିଲେ କର୍ତ୍ତୃପକ୍ଷ । ମୃତ୍ୟୁ ବେଳକୁ ସାପଟିର ବୟସ ମାତ୍ର ୨ ବର୍ଷ ହୋଇଥିଲା। ଚେନ୍ନାଇ ଚିଡିଆଖାନାରୁ ଏହି ବିରଳ ପ୍ରଜାତିର ୮ଟି ଆନକୋଣ୍ଡାକୁ ଅକ୍ଟୋବର ନନ୍ଦନ କାନନକୁ ଅଣାଯାଇଥିଲା। ପ୍ରତି ଆନାକୋଣ୍ଡାର ଲମ୍ବ ୪ରୁ ୫ଫୁଟ ରହିଛି । ୪ ବର୍ଷ ମଧ୍ୟରେ ଆହୁରି ଲମ୍ବା ହୋଇ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବ ବୋଲି କୁହାଯାଉଥିଲା । ହେଲେ ପ୍ରଥମରୁ ନନ୍ଦନ କାନନ କର୍ତ୍ତୃପକ୍ଷଙ୍କୁ ଝଟକା ଲାଗିଛି । ଲକ୍ଷାଧିକ ଟଙ୍କା ବ୍ୟୟରେ ସରୀସୃପ ଉଦ୍ୟାନ ପରିସରରେ ଏକ ଏନକ୍ଲୋଜର ନିର୍ମାଣ କରାଯାଇଛି ।
ଦୀର୍ଘ ୧୦ ଦିନ ଅବଜରଭେସନ ମଧ୍ୟରେ ରଖାଯିବା ପରେ ପର୍ଯ୍ୟଟକଙ୍କ ସମୁଖକୁ ଅଣାଯାଇଥିଲା । ସେଥିରୁ ଆଜି ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି। ସାପଟିର କେଉଁ କାରଣରୁ ମୃତ୍ୟୁ ହେଇଛି ତାହା ପୋଷ୍ଟମଟର୍ମ ରିପୋର୍ଟ ଆସିବା ପରେ ଜଣା ପଡିବ ବୋଲି ନନ୍ଦନକାନନ କର୍ତୃପକ୍ଷଙ୍କ ତରଫରୁ ସୂଚନା ମିଳିଛି ।