ଆନନ୍ଦ ଟପୋ ମୃତ୍ୟୁ ମାମଲାରେ ଥାନାରେ ହାଜର ହେଲେ ପ୍ରେମିକା, ଜେରା କଲେ ଭୁବନେଶ୍ୱର ଆଡିସନାଲ ଡିସିପି

ଭୁବନେଶ୍ବର(କେନ୍ୟୁଜ୍):ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାରେ ଇନଫୋସିଟି ଥାନାରେ ହାଜର ହେଲେ ପ୍ରେମିକା । ବାପାଙ୍କ ସହ ଥାନାରେ ହାଜର ହୋଇଛନ୍ତି ଆନନ୍ଦଙ୍କ ଗର୍ଲଫ୍ରେଣ୍ଡ ମନଜିତ ଟେଟେ । ମନଜିତଙ୍କୁ ଜେରା କରୁଛନ୍ତି ଭୁବନେଶ୍ୱର ଆଡିସନଲ ଡିସିପି ପ୍ରକାଶ ଚନ୍ଦ୍ର ପାଲ ଓ ଜୋନ-୬ ଏସିପି ରମେଶ ଚନ୍ଦ୍ର ବିଷୋୟୀ ।

ଆନନ୍ଦଙ୍କ ମୃତ୍ୟୁ ସମୟରେ ଉକ୍ତ ରୁମରେ ଉପସ୍ଥିତ ଥିଲେ ମନଜିତ । ପ୍ରାୟ ଦେଢ଼ ବର୍ଷ ହେଲା ଆନନ୍ଦଙ୍କ ସହ ଲିଭ୍‌ ଇନରେ ଥିଲେ । ତେଣୁ ଆନନ୍ଦଙ୍କ ମୃତ୍ୟୁର କାରଣ ଜାଣିବା ନେଇ ମନଜିତଙ୍କୁ ଜେରା କରୁଛି ପୋଲିସ ।