ଟପ୍ ମାଓନେତା ଆନନ୍ଦଙ୍କ ଦେହାନ୍ତ, ହୃଦଘାତରେ ମୃତ୍ୟୁ ହୋଇଥିବା ସୂଚନା
ମାଲକାନଗିରି : ଟପ୍ ମାଓନେତା ଆନନ୍ଦଙ୍କ ମୃତ୍ୟୁ । ମାଓ ସଙ୍ଗଠନର ଟପ୍ ମାଓନେତା କେନ୍ଦ୍ରୀୟ କମିଟିର ପୋଲିଟ ବ୍ୟୁରୋ ସଦସ୍ୟ କମ୍ରେଡ ମଟକମ ସୁଦର୍ଶନ ଉରଫ ଆନନ୍ଦଙ୍କ ହୃଦଘାତରେ ମୃତ୍ୟୁ ହୋଇଛି। ଏନେଇ ମାଓ ସଙ୍ଗଠନ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜାରି କରାଯାଇଛି। ଗତ ୫ ଦଶକ ଧରି ସେ ମାଓ ସଂଗଠନ ସହ ଜଡିତ ଥିଲେ। ତେଲେଙ୍ଗାନା ଓ ଦଣ୍ଡକାରଣ୍ୟ ସୀମାରେ ଗରିଲା ଭେଷରେ ରହୁଥିଲେ ମାଓନେତା ଆନନ୍ଦ। ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଓଡ଼ିଶା, ଛତିଶଗଡରେ ସେ ଗରିଲା ଯୁଦ୍ଧକୁ ତୀବ୍ରତର କରିଥିଲେ। ଗତ କିଛି ବର୍ଷ ହେବ ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ରୋଗରେ ଆକ୍ରାନ୍ତ ଥିଲେ। ତେବେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ସଂଗଠନ ପକ୍ଷରୁ କୁହାଯାଇଛି। ମାଓ ସଂଗଠନ ପକ୍ଷରୁ ତାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦିଆଯାଇଛି।