ଶିକାରୀ ମାନଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ବନ ବିଭାଗ ପକ୍ଷରୁ କଡା ପହରା, ନିର୍ଦ୍ଦେଶ ଦେଲେ ଆନନ୍ଦପୁର ଡିଏଫଓ

ଆନନ୍ଦପୁର : ଆନନ୍ଦପୁର ବନ୍ଯପ୍ରାଣୀ ବନଖଣ୍ତ ଅଧିନ ବରାଙ୍ଗ ସଂରକ୍ଷିତ ଜଙ୍ଗଲରେ ଶିକାରୀ ମାନଙ୍କ ଗତିବିଧି ଲକ୍ଷ୍ୟ କରିବାକୁ ବନ ବିଭାଗ ପକ୍ଷରୁ କଡା ପହରା ଦିଆ ଯାଉଛି ।  ବନ୍ଯପ୍ରାଣୀ ଶିକାର ଆଶଙ୍କା ଥିବାରୁ ଆନନ୍ଦପୁର ଡିଏଫଓ ଙ୍କ ନିର୍ଦ୍ଦେଶ କ୍ରମେ ରାମଚନ୍ଦ୍ରପୁର ଫରେଷ୍ଟରଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ବରାଙ୍ଗ ବନାଞ୍ଚଳର ବିଭିନ୍ନ କୋର ଏରିଆ ମଧ୍ଯରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିଛନ୍ତି ।

ଏହା  ସହ ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି ।  ଏହି ଅଭିଯାନରେ ସ୍ଥାନିୟ ବନକର୍ମଚାରୀ ସହ ବନସୁରକ୍ଷା ସମିତିର ସଦସ୍ଯ ମାନେ ସାମିଲ ହୋଇ ସହଯୋଗ କରୁଛନ୍ତି । ଜଙ୍ଗଲ ମଧ୍ଯରେ କୌଣସି ଅବାଧ ପ୍ରବେଶକୁ ବନ ବିଭାଗ ପକ୍ଷରୁ କଟକଣା ଜାରି କରାଯାଇଛି ।  ଏଥିରେ ସ୍ଥାନୀୟ ଅଧିବାସୀ ସହଯୋଗ କରିବାକୁ ବନ ବିଭାଗ ପକ୍ଷରୁ ନିବେଦନ କରାଯାଇଛି ।

You might also like