ଆଜି ପୁଣି କଟକ ପାରିବାରିକ ଅଦାଲତରେ ହାଜର ହେଲେ ଅନୁଭବ, କିନ୍ତୁ ଆସିଲେନି ବର୍ଷା

କଟକ(କେନ୍ୟୁଜ୍):  କଟକ ପାରିବାରିକ ଅଦାଲତରେ ହାଜର ସାଂସଦ ଅନୁଭବ ମହାନ୍ତି। ଅନୁଭବ- ବର୍ଷା ପାରିବାରିକ ବିବାଦ ମାମଲାରେ କୋର୍ଟକୁ ଆସିଥିଲେ ଅନୁଭବ। କିନ୍ତୁ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଆଜି ହାଜର ହୋଇନଥିଲେ। ବିବାହ ବିଚ୍ଛେଦ ମାମଲାରେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇନାହିଁ। ତେଣୁ ତାଙ୍କ ପକ୍ଷ ରଖିବା ପାଇଁ ଅନୁମତି ଦେବାକୁ ବର୍ଷା ଆବେଦନ କରିଥିଲେ। ସେହି ଆବେଦନ ଉପରେ ଆଜି ଶୁଣାଣି କରାଯାଇଥିଲା।

ଆସନ୍ତାକାଲି ମଧ୍ୟ ପରିବାର ଅଦାଲତରେ ଏହି ଶୁଣାଣି ଜାରି ରହିବ ବୋଲି ଜଣାପଡିଛି। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଅନୁଭବଙ୍କ ପକ୍ଷ ପ୍ରସ୍ତୁତ ଥିବା ତାଙ୍କ ଓକିଲ ଅନିର୍ବାଣ ଚାନ୍ଦ କହିଛନ୍ତି। ଏହା ବ୍ୟତୀତ ବର୍ଷା ହାଇକୋର୍ଟରେ ଜାଲ ଟାଇମ ପିଟିସନ ଦାଖଲ କରିବା ମାମଲାରେ ବର୍ଷାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବା ପାଇଁ ସେମାନେ ପ୍ରସ୍ତୁତ ହେଉଥିବା କରିଛନ୍ତି ଅନୁଭବଙ୍କ ଓକିଲ। ଏନେଇ କିନ୍ତୁ ବର୍ଷାଙ୍କ ଓକିଲଙ୍କର ଏନେଇ ପ୍ରତିକ୍ରିୟା ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.