ମହାନଦୀ ବାଲିରୁ ପୂରାତନ ତାଳପତ୍ର ପୋଥି ଉଦ୍ଧାର

ବାଙ୍କୀ  : ସେତେବେଳେ ଲୋକେ ତାଳପତ୍ର ପୋଥିକୁ ଠାକୁରଙ୍କ ଭଳି ପୂଜା କରନ୍ତି । କାରଣ ମନ୍ଦିରରେ ପୋଥିରୁ ଗାନ କରାଯାଏ । ଏହି ତାଳପତ୍ରରେ ପୋଥି, ଜାତକ, ପାଣ୍ଡୁଲିପି, ପଟ୍ଟଚିତ୍ରର ଅଙ୍କନ କରାଯାଇଥିଏ । ସେତେବେଳେ ପାଠ୍ୟ ପୁସ୍ତକ ସେତେଟାନଥିଲା । ପୋଥି ଉପରେ ସମସ୍ତେ ନିର୍ଭର କରି ପାଠ ପଢୁଥିଲେ । ତେଣୁ ତାଳପତ୍ର ପୋଥିରୁ ଚଣ୍ଡୀ ପୁରାଣ, ଓଡ଼ିଶା ଭାଗବତ, ମହାଭାରତ, ରାମାୟଣ ଲିପିବଦ୍ଧ ହୋଇରହିଛି ।

ଏବେ ତାଳପତ୍ର ପୋଥିକୁ କେହି ବ୍ୟବହାର କରୁନାହାନ୍ତି ସତ, କିନ୍ତୁ ତାଳପତ୍ରରେ ବହୁ ପୁରାତନ କିମ୍ବଦନ୍ତୀର ଲେଖା ରହିଛି । ଏବେ ପୁରୁଣା ତାଳପତ୍ର ପୋଥିରୁ ପଢ଼ି ଲୋକେ ହାତରେ ଅବିକଳ ଲେଖି ଛପାଉଛନ୍ତି । ଅନେକ ମନ୍ଦିର ଓ ଭାଗବତ ଟୁଙ୍ଗୀରେ ଲୋକେ ତାଳପତ୍ରରୁ ପାଠ କରୁଛନ୍ତି । ତେବେ କଟକ ଜିଲ୍ଲାର ବାଙ୍କୀ ଅବବାହିକାରେ ବହି ଯାଉଛି ଏହି ପୂଣ୍ୟତୟା ମହାନଦୀରୁ ମିଳିଛି ଥାକ ଥାକ ପୋଥି । ବାଲି ଉତ୍ତୋଳନ ସମୟରେ ଏହି ପୋଥିକୁ ଉଦ୍ଧାର କରାଯାଇଛି ।

ତେବେ ଏବେ ବି ଅନେକ ସ୍ଥାନରେ ଏହି ତାଳପତ୍ରକୁ ସାକ୍ଷାତ ଭଗବାନ କହି ଫୁଲ ତୁଳସୀରେ ପୂଜା କରୁଛନ୍ତି ପୂଜକ । ତେଣୁ ପୁରୁଣା ପୋଥିକୁ କେହି ବାଙ୍କୀ ଗଡ଼ ନିକଟସ୍ଥ ସୁନାଦେଇ ପାହାଡ ଠାରୁ କିଛି ଦୂରରେ ଥିବା ମହାନଦୀରେ ପାଣି ରହିଥିବା ସମୟରେ ଫିଙ୍ଗି ଦେଇଥିବାବେଳେ, ଏଥିରେ ବହୁ ପୁରୁଣା ଗ୍ରନ୍ଥର ଲେଖା ରହିଛି । ଯାହାକୁ ମନ୍ଦିରରେ ସଂଗ୍ରହ କରି ରଖାଯାଇଛି । ଏବେ ବୈଦ୍ୟେଶ୍ୱର୍ ନିକଟସ୍ଥ ମହାନଦୀ ବାଲିରୁ ମିଳିଥିବା ତାଳପତ୍ର ପୋଥିରେ ରହିଛି ପୁରୁଣା ପାଣ୍ଡୁଲିପି । ତେଣୁ ଯେଉଁମାନଙ୍କ ଘରେ ଏହି ତାଳପତ୍ର ପୋଥି ରହିଛି ତାହାକୁ ମହାନଦୀ କିମ୍ବା ପୋଖରୀରେ ବିସର୍ଜନ ନକରି ନିକଟସ୍ଥ ସଂଗ୍ରହାଳୟରେ ରଖିବା ପାଇଁ ସଂସ୍କୃତି ଗବେଷକ ମାନେ ପରାମର୍ଶ ଦେଇଛନ୍ତି । ଏବେ ବି ଅନେକ ମନ୍ଦିରରେ ପୂଜକ ମାନେ ପଥି ପଢୁଥିବା ପରିଲିକ୍ଷୀତ ହେଉଛି ।

ତେବେ ବାଙ୍କୀ ଅବବାହିକାରେ ବହି ଯାଉଛି ଏହି ପୂଣ୍ୟତୟା ମହାନଦୀ ପାଣିରେ ଏହି ପୁରୁଣା ପୋଥିକୁ ଘରେ ନ ରଖି ଠାକୁରଙ୍କୁ ବିଶ୍ୱାସ ରଖି କେହି ବିସର୍ଜନ କରିଥାଇପାରନ୍ତି ବୋଲି କୁହାଯାଉଛି । ଯାହା ପାଣି ଶୁଖିଯିବା ପରେ ଏବେ ବାଲି ଉତ୍ତୋଳନ ହେବାବେଳେ ଏହି ତାଳପତ୍ର ପୋଥିକୁ ଉଦ୍ଧାର କରାଯାଇଛି ।