ବାଟ ଭୁଲି ଚିଲିକା ମୁହାଣରେ ଲାଗିଲା ଆଣ୍ଡାମାନ ବୋଟ୍‌, ୨୧ ଦିନ ସମୁଦ୍ର ଭିତରେ ଭାସୁଥିଲେ ଦୁଇ ଜଣ

ବ୍ରହ୍ମଗିରି (କେନ୍ୟୁଜ୍‌) : ଚିଲିକା ମୁହାଣରେ ଲାଗିଲା ଆଣ୍ଡାମାନ ବୋଟ୍‌ । ସେଥିରୁ ଜଣେ ନାବିକକୁ ଉଦ୍ଧାର କରିଛନ୍ତି ଗ୍ରାମବାସୀ । ୨୧ ଦିନ ତଳେ ଆଣ୍ଡାମାନ ଉପକୂଳ ସମୁଦ୍ର ମଧ୍ୟରେ ଥିବା ଜାହାଜକୁ ଖାଦ୍ୟ ପଦାର୍ଥ ଯୋଗାଇବାକୁ ଦୁଇ ଜଣ ସେହି ବୋଟ୍‌ରେ ଆସିଥିଲେ । ସେଠାରେ ସାମୁଦ୍ରିକ ଝଡ଼ର ସମ୍ମୁଖୀନ ହୋଇ ଦିଗହରା ହୋଇଯାଇଥିଲେ । ଦୀର୍ଘ ୨୧ ଦିନ ସମୁଦ୍ର ମଧ୍ୟରେ ରହିବା ପରେ ଏଠାରେ ପହଞ୍ଚିଛନ୍ତି । ସେମାନେ ଖାଇବାକୁ ପାଇ ନଥିଲେ । ଫଳରେ ଜଣଙ୍କର ମୃତ୍ୟୁ ହୋଇଛି । ଆଜି ସକାଳୁ ଚିଲିକା ମୁହାଣ ନିକଟ ଖିରିସାହି ସମୁଦ୍ର କୂଳରେ ଏକ ବୋଟ୍‌ ଲାଗିଥିବା ମତ୍ସ୍ୟଜୀବୀମାନେ ଦେଖିବାକୁ ପାଇଥିଲେ । ସେଥିରୁ ଜଣେ ନାବିକଙ୍କୁ ଉଦ୍ଧାର କରି ଖାଇବାକୁ ଦେଇଛନ୍ତି ।

BOAT-1