କୋଟିଆକୁ ନେଇ ଆନ୍ଧ୍ରର ଷଡଯନ୍ତ୍ର, ୨୧ ଗାଁରେ କରୁଛି ପଞ୍ଚାୟତ ର୍ନିବାଚନ

କୋରାପୁଟ: ବିବାଦୀୟ କୋଟିଆକୁ ନେଇ ଆନ୍ଧ୍ରର ଷଡଯନ୍ତ୍ର। ୨୧ଟି ଗାଁରେ ଆନ୍ଧ୍ର ପଞ୍ଚାୟତ ର୍ନିବାଚନ କରୁଛି। ୨୧ଟି ଗାଁ ନେଇ ୩ଟି ପଞ୍ଚାୟତ ଗଠନ କରିଛି। ତଳ ଗଂଜେଇପଦର, ପାଟୁସିନେରି ଓ ଫଗୁଣସିନେରିକୁ ନେଇ ପଞ୍ଚାୟତ ଗଠନ କରି, ସରପଞ୍ଚ ଚୟନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା। ଆରମ୍ଭ ହୋଇ ସାରିଛି ପ୍ରାର୍ଥିପତ୍ର ଦାଖଲ ।

ପୂର୍ବରୁ ଆନ୍ଧ୍ର ମନୋନୟନ ପ୍ରକିୟାରେ ସରପଞ୍ଚ ନିଯୁକ୍ତ କରୁଥିବା ବେଳେ ଏବେ ର୍ନିବାଚନ ମାଧ୍ୟମରେ ସରପଞ୍ଚ ଚୟନ ପ୍ରକିୟା ଆରମ୍ଭ କରିଛି। ଏହି ପଞ୍ଚାୟତ ଆନ୍ଧ୍ରର ସାଲୁର ମଣ୍ଡଳ ଅଧିନରେ ରହିଥିବା ବିଜ୍ଞପ୍ତିରେ ଦର୍ଶାଯାଇଛି।

କୋଟିଆ ପଞ୍ଚାୟତର ୨୮ଟି ରାଜସ୍ୱ ଗାଁ ମଧ୍ୟରୁ ବିବାଦୀୟ ୨୧ଟି ଗାଁରେ ର୍ନିବାଚନ କରୁଛି ଆନ୍ଧ୍ର। ଘଟଣାକୁ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ମଧୁସୂଦନ ମିଶ୍ର। ପିଡି ଡିଆରଡିଏ ଓ ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.