ରାଜ୍ୟ

ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ଗଜପତିରେ ପୁଣି ଉତ୍ତେଜନା

ଗଜପତି(କେନ୍ୟୁଜ): ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ ନେଇ ଗଜପତିରେ ପୁଣି ଉତ୍ତେଜନା । ରାୟଗଡ ତହସିଲ ଅନ୍ତର୍ଗତ ମାଣିକପାଟଣାରେ ଆନ୍ଧ୍ର ପକ୍ଷରୁ ନିର୍ମାଣ ହୋଇଥିବା ଅଙ୍ଗନଓ୍ଵାଡି କେନ୍ଦ୍ରକୁ ଦୁଇଦିନ ପୂର୍ବେ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିଲା। ଯାହାକୁ ନେଇ ଆଜି ମାଣିକପାଟଣା ଗାଁରେ ପହଂଚିଥିଲେ ଆନ୍ଧ୍ର ପୋଲିସ ଓ ପ୍ରଶାସନ ।

ଏହାକୁ ବିରୋଧ କରି ସ୍ଥାନୀୟ ଲୋକ ଜିଲ୍ଲା ପ୍ରଶାସନକୁ ସୂଚନା ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କ ନେତୃତ୍ୱରେ ଉପଜିଲ୍ଲାପାଳ, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଶ୍ରୀକାକୁଲମ ଆଇଟିଡିଏ ପିଏ ସି.ଏଚ.ଶ୍ରୀଧରଙ୍କ ନେତୃତ୍ୱରେ ଏକ ଟିମ୍ ଗଜପତି ଜିଲ୍ଲା ପ୍ରଶାସନ ସହ ଉପୁଜିଥିବା ବିବାଦକୁ ନେଇ ରୁଦ୍ଧ ଦ୍ଵାର ବୈଠକ କରୁଥିବା ଜଣାଯାଇଛି ।

ଆନ୍ଧ୍ର ପକ୍ଷରୁ ଶ୍ରୀକାକୁଲମ ପିଏ ଆଇଟିଡିଏ ସିଏଚ ଶ୍ରୀଧର ଗଣମାଧ୍ୟମକୁ ନିଜ ପକ୍ଷ ରଖି ଅଙ୍ଗନୱାଡି କେନ୍ଦ୍ର ଘଟଣାକୁ ସତ୍ଯ ବୋଲି କହିବା ସହ ହିତାଧିକାରୀଙ୍କୁ ପୁଷ୍ଟିକର ଖାଦ୍ଯ ଯୋଗାଣ ଦାୟିତ୍ବରେ ଥିବା ଗୁରୁନାଥ ଶବରଙ୍କ ଗିରଫଦାରୀ ଘଟଣାର ଉଭୟ ରାଜ୍ୟର ପୋଲିସ ତଦନ୍ତ କରିବ ବୋଲି କହିଛନ୍ତି ।

ଆନ୍ଧ୍ର ଓ ଓଡିଶା ମିଳିତ ସୀମା ନିର୍ଦ୍ଧାରଣ ପାଇଁ କେନ୍ଦ୍ର ସେଟେଲମେଣ୍ଟ କାର୍ଯ୍ୟାଳୟର ଦ୍ବାରସ୍ଥ ହୋଇଛନ୍ତି । ଏପରିକି ମାଣିକ ପାଟଣା ଗ୍ରାମରେ ସଠିକ ସୀମା ନିର୍ଦ୍ଧାରଣ ହୋଇନଥିବାରୁ ଉଭୟ ରାଜ୍ୟର ଯୋଜନା କିଛି ଲୋକ ପାଉଛନ୍ତି । ତେଣୁ ଉଭୟ ରାଜ୍ୟ ପକ୍ଷରୁ ସୀମା ନିର୍ଦ୍ଧାରଣ ନହେବା ଯାଏଁ ସୀମାନ୍ତ ଅଞ୍ଚଳବାସୀ ଭାଇଚାରା ନିଦର୍ଶନ ଦେଇ ବସବାସ କରିବାକୁ ଶ୍ରୀକାକୁଲମ ପିଏ ଆଇଟିଡିଏ ଅନୁରୋଧ କରିଛନ୍ତି ।

Niharanjan

Recent Posts

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

5 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

35 mins ago

ରବିନା ଟଣ୍ଡନଙ୍କ ବିରୁଦ୍ଧରେ ମାରପିଟ୍‌ ଅଭିଯୋଗ, ନିଶାରେ ବୟସ୍କା ମହିଳାଙ୍କୁ କରିଛନ୍ତି ଆକ୍ରମଣ

ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ଉପରେ ଅଭିଯୋଗ । ରବିନା ଜଣେ ବୟସ୍କା ମହିଳା ଏବଂ ତାଙ୍କ ପରିବାର ସହିତ…

37 mins ago

ବ୍ରେକଅପ୍‌ ଆମକୁ କଣ ଶିକ୍ଷା ଦିଏ ? ଜାଣନ୍ତୁ କିଛି ରୋଚକ କଥା

ମେଣ୍ଟାଲ ହେଲଥ୍‌ ଏବଂ ଇମୋସନ୍‌ ପାଇଁ ବ୍ରେକଅପ୍‌ ଭଲ ହୋଇନଥାଏ । ଏହା ଅନେକ ଲୋକଙ୍କ ପାଇଁ ଜୀବନର ସବୁଠାରୁ…

1 hour ago

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା, ଜାଣନ୍ତୁ କ’ଣ ଏହାର ସ୍ୱତନ୍ତ୍ରତା?

ଆମ୍ବର ଦାମ ଅଢେଇ ଲକ୍ଷ ଟଙ୍କା । ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ । ଏକ…

1 hour ago

କୋଚିନ ସିପୟାର୍ଡରେ ସେଫ୍ଟି ଆସିଷ୍ଟାଣ୍ଟ ପଦବୀରେ ଭର୍ତ୍ତି, ଜାଣନ୍ତୁ କେତେ ମିଳିବ ଦରମା

କୋଚିନ ସିପୟାର୍ଡ ଲିମିଟେଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏହା ଅନୁଯାୟୀ ୩୦ରୁ ଅଧିକ ପଦବୀରେ…

2 hours ago