ଆଜି ସୁପ୍ରିମକେର୍ଟରେ ହେବ କୋଟିଆରେ ଆନ୍ଧ୍ରର ନିର୍ବାଚନ ମାମଲାର ଶୁଣାଣି

କେନ୍ଯୁଜ୍: ଆଜି ସୁପ୍ରିମକେର୍ଟରେ ହେବ କୋଟିଆରେ ଆନ୍ଧ୍ରର ନିର୍ବାଚନ ମାମଲାର ଶୁଣାଣି । ବିଚାରପତି ଏଏମ୍‌ ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ । କୋଟିଆ ଗ୍ରାମପୁଞ୍ଜ ମାମଲାରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ । ଉଭୟ ଓଡ଼ିଶା ଓ ଆନ୍ଧ୍ର ସରକାର ଏବାବଦରେ କୋର୍ଟଙ୍କୁ ଅଣ୍ଡରଟେକିଂ ମଧ୍ୟ ଦେଇଥିଲେ । ଏହାକୁ ଉଂଲ୍ଲଘନ କରି ଆନ୍ଧ୍ର ସରକାର କୋଟିଆକୁ ନିଜର ବୋଲି ଦର୍ଶାଇ ପଞ୍ଚାୟତ ନିର୍ବାଚନ କରିଛନ୍ତି । ଯାହାକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉଂଲ୍ଲଘନ କରୁଥିବା ଦର୍ଶାଇ ଓଡ଼ିଶା ୨୦୨୧ ଫେବ୍ରୁଆରି ୧୦ରେ ଅଦାଲତ ଅବମାନନା ମାମଲା ରୁଜୁ କରିଥିଲା । ଯାହାର ଜବାବ ଆନ୍ଧ୍ରକୁ ମାଗିଥିଲେ ସୁପ୍ରିମକୋର୍ଟ ।

ଆନ୍ଧ୍ର ପକ୍ଷରୁ ଜବାବ ଦାଖଲ କରାଯାଇଥିଲା । ଏହା ପରେ ଓଡ଼ିଶା ଦ୍ୱାରା ୨୦୨୧ ଏପ୍ରିଲ ୭ରେ ଆନ୍ଧ୍ର ବିରୋଧରେ ଦ୍ଵିତୀୟ ଅଦାଲତ ଅବମାନନା ମାମଲା ଦାୟର କରାଯାଇ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରାର୍ଥନା କରାଯାଇଥିଲା । କରୋନା ଓ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଯୋଗୁଁ ଉଭୟ ମାମଲାର ଶୁଣାଣି ହୋଇପାରି ନଥିଲା । ଇତି ମଧ୍ୟରେ ଓଡ଼ିଶା ସରକାର ଆନ୍ଧ୍ର ବିରୋଧରେ ଓରିଜିନାଲ ସୁଟ୍‌ ଦାଖଲ କରିବା ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ଜଣାପଡ଼ିଛି ।

Leave A Reply

Your email address will not be published.