କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗ: ଜିଲ୍ଲାପାଳଙ୍କଠାରୁ ସବିଶେଷ ରିପୋର୍ଟ ମାଗିଲେ ରାଜ୍ୟ ସରକାର

କୋରାପୁଟ: କୋରାପୁଟ କୋଟିଆରେ ଆନ୍ଧ୍ରର ନିର୍ବାଚନ ପ୍ରସଙ୍ଗରେ ଜିଲ୍ଲାପାଳଙ୍କଠାରୁ ସବିଶେଷ ରିପୋର୍ଟ ମାଗିଲେ ରାଜ୍ୟ ସରକାର। ଆସନ୍ତାକାଲି କୋଟିଆ ସ୍ଥିତି ନେଇ ରାଜସ୍ୱ ବିଭାଗ, କୋରାପୁଟ ଜିଲ୍ଲା ପ୍ରଶାସନ ଓ ସୁପ୍ରିମକୋର୍ଟରେ ନିଯୁକ୍ତ AORଙ୍କ ମଧ୍ୟରେ ଆଲୋଚନା ହେବ। ୧୯ ରେ ଆବଶ୍ୟକ ଦସ୍ତାବିଜ୍‌ ଦାଖଲ ପାଇଁ ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଶୁଣାଣି ପୂର୍ବରୁ ଷ୍ଟାଟସ୍‌ ରିପୋର୍ଟ ପ୍ରସ୍ତୁତ କରିବାକୁ କୋରାପୁଟ ଜିଲ୍ଲାପାଳଙ୍କୁ ରାଜସ୍ୱ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ କରିବା ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଓଡ଼ିଶାର ଆବେଦନକୁ ଗ୍ରହଣ କରି ଆନ୍ଧ୍ର ସରକାରଙ୍କୁ ନୋଟିସ୍‌ କରିଛନ୍ତି ସୁପ୍ରିମକୋର୍ଟ। ଅନ୍ୟପଟେ ରାଜ୍ୟର ସରକାର ଉଚିତ୍‌ ସମୟରେ ଉଚିତ ପଦକ୍ଷେପ ନେବେ ବୋଲି କହିଛନ୍ତି ରାଜସ୍ୱ ମନ୍ତ୍ରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.