ଥମୁନି ଆନ୍ଧ୍ରର ଦାଦାଗିରି: ଜଳ,ଜମି,ଜଙ୍ଗଲ ପରେ ଏବେ ଓଡିଶାର ଦୁଗ୍ଧ ଚାଷୀଙ୍କ ଉପରେ ନଜର

ଗଜପତି: ଓଡିଶାରେ ଥମୁନି ଆନ୍ଧ୍ରର ଦାଦାଗିରି । ଗୋଟିଏ ପରେ ଗୋଟିଏ ଷଡଯନ୍ତ୍ର କରିଚାଲିଛି ଆନ୍ଧ୍ର । କେତେବେଳେ ସରକାରୀ କଳ ତ ଆଉ କେବେ ର୍ନିବାଚିତ ପ୍ରତିନିଧି ଲଗାଇ ଯୋର ଜବରଦସ୍ତ ଓଡିଶା ଉପରେ କରୁଛି ଜୁଲୁମ । ବିଭିନ୍ନ ସମୟରେ ଆନ୍ଧ୍ର ଓଡିଶାର ଜଳ,ଜମି,ଜଙ୍ଗଲ ଉପରେ ନିଜ ଦାଦାଗିରି ଦେଖାଉଥିବା ନଜିର ରହିଛି । କିନ୍ତୁ ବର୍ତ୍ତମାନ ଆନ୍ଧ୍ର ନିଜ ବ୍ଯବସାୟୀଙ୍କୁ ବ୍ଯବହାର କରି ଏବେ ଓଡିଶାର କ୍ଷୀର ଉପରେ ନଜର ପକାଇଛି।

ଗାଡିରେ କୋଭିଡ ପାସ ଲଗାଇ,। ଗାଡିଟି ଜରୁରୀ କାଳିନ ସେବା କ୍ଷୀର ପାଇଁ ରହିଛି ବୋଲି ଲେଖିଛି । ତେବେ କ୍ଷୀର ଏହି ଗାଡିରେ ପରିବହନ କରାଯାଉଥିବା ସତ କିନ୍ତୁ ଓଡିଶା ପାଇଁ ନୁହେଁ ବରଂ ଆନ୍ଧ୍ର ପାଇଁ । ଶହ ଶହ ଲିଟର ବୋହି ନେଇଯାଉଥିବା ଏହି କ୍ଷୀର ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଦୁଗ୍ଧ ଚାଷୀଙ୍କ । ଭଲଭାବରେ ଆଉ ଥରେ ଦେଖନ୍ତୁ ଏମାନଙ୍କ ଦାଦାଗିରି, କେମିତି ଆନ୍ଧ୍ରର ଏକ ବଡ କ୍ଷୀର କମ୍ପାନୀ ପାଇଁ ସଂଗ୍ରହ କରୁଛନ୍ତି ଏହି କ୍ଷୀର ।

kasi nagarତେବେ କାଶୀନଗର ବ୍ଲକର ଖାଣ୍ଡବା, ବୁଦୁରା, ହରୀପୁର, ଗୋରୀବନ୍ଧା, ବଥବା, କାଶୀନଗର, ଟାଟା କାଶୀନଗର, ବି.ଏନପୁର, କିଡିଗାମ୍‌, କଇଠପଦର, ରାଣୀପେଣ୍ଟ, ମିନିଗାମ୍‌ ଓ ହାଟପଦା ଠାରେ ଓମଫେଡ ସମବାୟ ସମିତି ଗଠନ କରି ଦୁଗ୍ଧ ଚାଷୀଙ୍କ ଠାରୁ କ୍ଷୀର କ୍ରୟ କରୁଥିଲା । ଏପରିକି ଚାଷୀଙ୍କୁ ଗୋଚାରା ମଧ୍ୟ ବିକ୍ରୟ କରୁଥିଲା । ତେବେ ସମୟ ଥିଲା ପ୍ରତ୍ୟେକ ଦିନ ୮ସହରୁ ହଜାରେ ଲିଟର କ୍ଷୀର ଦୁଗ୍ଧ ଚାଷୀ ଓମଫେଡକୁ ବିକ୍ରୟ କରୁଥିଲେ । କିନ୍ତୁ ଯେତେବେଳେ ଆନ୍ଧ୍ରର ଏକ କ୍ଷୀର କମ୍ପାନୀ ନୂଆଁ ନୂଆଁଁରେ ଅଧିକ ଦାମରେ କ୍ଷୀର କ୍ରୟ କରିବା ଆରମ୍ଭ କଲା, ସେବେଠାରୁ ବହୁମାତ୍ରାରେ ଦୁଗ୍ଧ ଚାଷୀ ଆନ୍ଧ୍ର କମ୍ପାନୀକୁ କ୍ଷୀର ବିକ୍ରି କଲେ । ବର୍ତ୍ତମାନ ପ୍ରତ୍ୟେକ ଲିଟର ପିଛା ଓମଫେଡ ଯେତିକି ଟଙ୍କା ଦେଉଛି ସେତିକି ଟଙ୍କା ଆନ୍ଧ୍ରର କ୍ଷୀର କମ୍ପାନୀ ଚାଷୀଙ୍କୁ ପ୍ରଦାନ କରୁଛି ।

ଏପରିକି ନିମ୍ନମାନର ଗୋଚାରା ଏକ ହଜାର ଟଙ୍କାରେ ବିକ୍ରୟ କରୁଛି । ଯେଉଁ ଗୋଚାରା ଓମଫେଡ ଚାଷିଙ୍କୁ ୧୨ ଶହ ଟଙ୍କାରେ ଦେଉଛି । ଖାଲି ଏତିକିରେ ସରିନାହିଁ ଆନ୍ଧ୍ର କମ୍ପାନୀର ଚଞ୍ଚକତା । ଚାଷୀଙ୍କୁ ରୁଣ ଦେବ, ବୋନସ ଦେବ କହି ନିଜ ଆଡକୁ ବହୁ ଦୁଗ୍ଧଚାଷୀଙ୍କୁ ଟାଣି ସାରିଲାଣି । ତେବେ ଓମଫେଡ ଯେତିକି କ୍ଷୀର କ୍ରୟ କରୁଛି ତାଠାରୁ ଅଧିକା କ୍ଷୀର କ୍ରୟ କରୁଛି ଆନ୍ଧ୍ରର କ୍ଷୀର କମ୍ପାନୀ । ପ୍ରତ୍ୟେକ ଦିନ ଏହି ଆନ୍ଧ୍ର କମ୍ପାନୀ ୪୨୦ରୁ ୫ଶହ ଲିଟର କ୍ଷୀର କ୍ରୟ କରିନେଇଯାଉଛି । ସେପଟେ ତିନିଶହରୁ ୪ସହ ଲିଟର କ୍ଷୀରହିଁ ଓମଫେଡ କ୍ରୟ କରୁଛି । ତେବେ କାଶୀନଗର ବ୍ଲକର ସମସ୍ତ ଦୁଗ୍ଧ ଚାଷୀ ଓ ସମବାୟ ସମିତି ଅଭିଯୋଗ କରିଛନ୍ତି କି ଓମଫେଡକୁ ବନ୍ଦ କରିବା ପାଇଁ ଏହି ଆନ୍ଧ୍ର କମ୍ପାନୀ ଏକ ଷଡଯନ୍ତ୍ର କରୁଛି । ଯାହାଫଳରେ ଓମଫେଡ କ୍ଷୀର ଆଦାୟ କମ ହେଲେ ସେ ଆଉ କ୍ଷୀର କ୍ରୟ କରିବ ନାହିଁ ଏବଂ ସମସ୍ତ ଦୁଗ୍ଧଚାଷୀ ସାଗ ମାଛ ଦରରେ କ୍ଷୀର ଆନ୍ଧ୍ର କମ୍ପାନୀ କ୍ରୟ କରିବ ।

andraସେପଟେ ଘଟଣା ବିଷୟରେ ଗଜପତି ଜିଲ୍ଲାପାଳ ଓମଫେଡ ଅଧିକାରୀଙ୍କୁ ତଦନ୍ତ କରି ରିପୋର୍ଟ ଦେବକୁ କହିବା ସହ, ଯଦି କୌଣସି ଚାଷୀ ସମବାୟ ସମିତିରେ ରହି ସମିତିର ନିୟମ ଭଙ୍ଗ କରି ଆନ୍ଧ୍ରକୁ କ୍ଷୀର ବିକ୍ରୟ କରୁଥିବେ ସମୋନଙ୍କ ବିରୋଧରେ ଦୃଢ କାର୍ଯ୍ଯାନୁଷ୍ଟାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।

 

ଗଜପତିରୁ ସନ୍ତୋଷ କୁମାର ପଟନାୟକଙ୍କ ରିପୋର୍ଟ, କେନ୍ଯୁଜ୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.