ଆନ୍ଧ୍ରର ମାଗଣା କ୍ଷୀର ଓଡ଼ିଶାରେ ବିକ୍ରି, ଘଟଣାକୁ ନେଇ ଚାରିଆଡେ ଚର୍ଚ୍ଚା

କୋରାପୁଟ (କେନ୍ଯୁଜ୍): ଆନ୍ଧ୍ର ସରକାର ପକ୍ଷରୁ ପିଲାଙ୍କୁ ପୃଷ୍ଟିକର ଖାଦ୍ୟ ଯୋଗାଇବା ସକାଶେ ଅଙ୍ଗନୱାଡି କେନ୍ଦ୍ରଗୁଡିକୁ ମାଗଣାରେ କ୍ଷୀର ଯୋଗାଉଛି । ହେଲେ ଅଙ୍ଗନୱ୍ଵାଡି କେନ୍ଦ୍ରଗୁଡ଼ିକୁ ଯୋଗାଣ ହେଉଥିବା କ୍ଷୀର ଗୁଡିକ ଓଡ଼ିଶା ବଜାରରେ ବିକ୍ରି କରାଯାଉଛି ।

ଆନ୍ଧ୍ର- ଓଡ଼ିଶା ସୀମାନ୍ତ କୋରାପୁଟ ଜିଲ୍ଲାର ପଟାଙ୍ଗି ଅଞ୍ଚଳରେ `ବିକ୍ରି ପାଇଁ ଉଦିଷ୍ଟ ନୁହେଁ’ ଲେଖାଥିବା ପ୍ୟାକେଟ ଗୁଡ଼ିକ ଲିଟର ପିଛା ୪୦ ଟଙ୍କାରେ ବିକ୍ରି ହେଉଛି । ଯାହାକି ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.