ବଢ଼ିଲା ମୃତ୍ୟୁ ସଂଖ୍ୟା : ଆହତ ଶ୍ରମିକଙ୍କ ହେଲା ମୃତ୍ୟୁ

ବିଶାଖାପାଟଣା (କେନ୍ୟୁଜ୍) : ଆନ୍ଧ୍ରରେ ପଥର ଖାଦାନ ବ୍ଲାଷ୍ଟିଂ ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ସଂଖ୍ୟା ୬କୁ ବୃଦ୍ଧି ହୋଇଛି । ଆହତ ହୋଇ ଚିକିତ୍ସା ହେଉଥିବା ରାମଚନ୍ଦ୍ର ନାହକଙ୍କ ଗତ ରାତିରେ ମୃତ୍ୟୁ ହୋଇଛି । ରାମଚନ୍ଦ୍ରଙ୍କ ଘର ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବି.ଟି. ନୂଆଗାଁରେ । ସେ ବିଶାଖାପାଟଣା କିଙ୍ଗ ଜର୍ଜ ହସ୍ପିଟାଲରେ ଚିକତ୍ସିତ ହେଉଥିଲେ । ଚିକିତ୍ସା ଅବହେଳା ଓ ସରକାରୀ ଘୋଷଣା ସତ୍ତ୍ୱେ ରକ୍ତ ପାଇଁ ଅର୍ଥ ଦାବି କରାଯାଇଥିବା ଅଭିଯୋଗ ହୋଇଛି । ଏହି ବିସ୍ଫୋରଣରେ ବି.ଟି ନୂଆଗାଁର ୪ ଜଣ, ଝାରେଡି ରାଧା ଗୋବିନ୍ଦପୁର ଗାଁର ଜଣେ ଓ ଡିଆଁଡିଇଁ ଗାଁର ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.