ଆସନ୍ତା ୨୮ ତାରିଖରୁ ଖୋଲିବ ଅଙ୍ଗନଓ୍ଵାଡିି କେନ୍ଦ୍ର,ସକାଳ ୭ଟା ୩୦ରୁ ୯ଟା ୩୦ ପର୍ଯ୍ୟନ୍ତ ହେବ ପାଠପଢ଼ା

ଭୁବନେଶ୍ବର(କେନ୍ୟୁଜ୍): ପାଖାପାଖି ୧ ବର୍ଷ ପରେ ୨୮ତାରିଖରୁ ଖୋଲିବାକୁ ଯାଉଛି ଅଙ୍ଗନୱାଡି କେନ୍ଦ୍ର। ପୁଣି ଚଳଚଞ୍ଚଳ ହେବ ଅଙ୍ଗନୱାଡି କେନ୍ଦ୍ର। କୋଭିଡ ସଂକ୍ରମଣ କମିବା ପରେ ସ୍ୱାଭାବିକ ହେବାକୁ ଯାଉଛି ଅଙ୍ଗନୱାଡି କେନ୍ଦ୍ର। ଏନେଇ ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଚିିଠି ଲେଖିଛି ମହିଳା ଓ ଶିଶୁ କଲ୍ୟାଣ ବିଭାଗ। ସକାଳ ସାଢେ ୭ଟାରୁ ସାଢେ ୯ଟା ଯାଏ ହେବ ପାଠପଢା।

ସେଠାରେ ୩ରୁ ୬ବର୍ଷର ଛୋଟ ପିଲାଙ୍କୁ ଖାଦ୍ୟ ଖାଇବାକୁ ଦିଆଯିବ। ଖାଇବାକୁ ଦିଆଯିବା ବେଳେ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯିବ। କୋଭିଡର ୨ୟ ଲହରରେ ସଂକ୍ରମଣ ବଢିବା ପରେ ୨୦୨୧ ଏପ୍ରିଲ ୧୯ ତାରିଖରୁ ବନ୍ଦ ରହିଥିଲା ଅଙ୍ଗନୱାଡି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.