ସରକାରୀ ବସ ଧକ୍କାରେ ଅଙ୍ଗନବାଡି ଦିଦିଙ୍କ ମୃତ୍ୟୁ ଅଭିଯୋଗ, ସ୍ଥାନୀୟ ଲୋକଙ୍କ ରାସ୍ତା ଅବରୋଧ

ବାଲିଗୁଡା : ସରକାରୀ ବସ ଧକ୍କାରେ ଅଙ୍ଗନବାଡି ଦିଦିଙ୍କ ମୃତ୍ୟୁ ଅଭିଯୋଗ । ବେଲଘର ଥାନା ଉଷାବାଲି ନିକଟରେ ଅଙ୍ଗନବାଡ଼ି ଦିଦିଙ୍କୁ ଧକ୍କା ଦେଲା ସରକାରୀ ବସ l ବସଟି ବେଲଘରରୁ ଫୁଲବାଣୀ ଅଭିମୁଖେ ଆସୁଥିବା ସମୟରେ ଏହି ଅଘଟଣ ଘଟିଛି । ମୃତ ଅଙ୍ଗନବାଡ଼ି ଦିଦି ହେଲେ ଉଷାବାଲି ଅଙ୍ଗନବାଡି କେନ୍ଦ୍ରର ସ୍ନେହଲତା ମଝିଆସେଟ l ଅଙ୍ଗନବାଡ଼ି ଦିଦିଙ୍କ ମୃତ୍ୟୁ ପରେ ତୁମୁଡିବନ୍ଧ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି l ତୁମୁଡିବନ୍ଧ ଆମ୍ବେଦକର ଛକ ନିକଟରେ ମୃତଦେହ ରଖି ମୃତକଙ୍କ ପରିବାର ଓ ସ୍ଥାନୀୟ ଲୋକ ରାସ୍ତା ଅବରୋଧ କରିଛନ୍ତି l ତୁମୁଡିବନ୍ଧ ପୋଲିସ ଘଟଣା ସ୍ଥଳରେ ପହଁଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି l