ଢେଙ୍କାନାଳ : ଅଙ୍ଗନୱାଡି ଦିଦିଙ୍କୁ ଗଣଦୁଷ୍କର୍ମ

ଢେଙ୍କାନାଳ(କେନ୍ଯୁଜ୍) : ଢେଙ୍କାନାଳ ଗଁଦିଆ ଥାନା କାଲୁରିଆ ଗାଁରେ ଜଣେ ଅଙ୍ଗନବାଡ଼ି କର୍ମୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତକାଲି ରାତିରେ ଭାଇ ସହ ଯୋରନ୍ଦାରୁ ଫେରୁଥିବା ବେଳେ ୩ ଜଣ ଦୁର୍ବୃତ୍ତ ଅପହରଣ କରି ତାଙ୍କୁ ଏକ ଫାର୍ମ ହାଉସ୍‌କୁ ନେଇ ଯାଇଥିଲେ । ସେଠାରେ ଗଣଦୁଷ୍କର୍ମ କରି ରାସ୍ତାରେ ଫିଙ୍ଗି ଫେରାର ହୋଇଯାଇଥଲେ। ଏନେଇ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଅଙ୍ଗନବାଡ଼ି କର୍ମୀ ଜଣଙ୍କୁ ପୋଲିସ୍ ଉଦ୍ଧାର କରିଥିବାବେଳେ, ବିଭିନ୍ନ ସ୍ଥାନରେ ଚଢାଉ କରି  ଘଟଣାରେ ସଂପୃକ୍ତ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି  ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like