ମହାପଦା ଗ୍ରାମରେ କଙ୍ଗାରୁ କୋର୍ଟ, ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ପିଟିଲେ

ଜଳେଶ୍ୱର : ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ମହାପଦା ଗ୍ରାମରେ କଙ୍ଗାରୁ କୋର୍ଟ ।  ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ନିସ୍ତୁକ ପିଟିଲେ ଗ୍ରାମବାସୀ  । ଗୁରୁତର ଅବସ୍ଥାରେ ଅଙ୍ଗନୱାଡି କର୍ମୀ ବାଲେଶ୍ବର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି  ।

ସୂଚନା ଅନୁଯାୟୀ, ମହାପଦା ଗ୍ରାମର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ଗତ 19 ଡାରିଖରେ ଅଙ୍ଗନୱାଡି କେନ୍ଦ୍ର ପରିଚାଳନା କରୁଥିବା ବେଳେ କିଛି ଗ୍ରାମବାସୀ କେନ୍ଦ୍ର ଭିତରେ ପଶି ଅସଭ୍ଯ ଭାଷାରେ ଗାଳିଗୁଲଜ କରିଥିଲେ । ଉର୍ମିଳା ଏହାର ପ୍ରତିବାଦ କରିବାରୁ ଗ୍ରାମବାସୀ ନିକଟରେ ଥିବା ଏକ ଗଛରେ ଉର୍ମିଳାଙ୍କୁ ବାନ୍ଧି ନିସ୍ତୁକ ପିଟି ଥିଲେ  ।

ଖବର ପାଇ ବାଲିଆପାଳ ସିଡିପିଓ ପାର୍ବତୀ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରି ପ୍ରଥମେ ବସ୍ତା ଏବଂ ପରେ ବାଲେଶ୍ବର ହସପିଟାଲକୁ ସ୍ଥାନାନ୍ତର କରିଛନ୍ତି । ତେବେ ଅଙ୍ଗନୱାଡୀ କର୍ମୀଙ୍କୁ କଣ ପାଇଁ ଗ୍ରାମବାସୀ  ଆକ୍ରମଣ କରିଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳି ନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like