କଟକ ସହରାଞ୍ଚଳ ଶାଖା ୧ ସିଡିପିଓଙ୍କ ବଦଳି ନେଇ ଦାବି, ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

କଟକ : କଟକ ସହରାଞ୍ଚଳ ଶାଖା ୧ ସିଡିପିଓଙ୍କ ବଦଳି ଦାବି ।  ତୁରନ୍ତ ବଦଳି ଦାବି କରିଛନ୍ତି ଅଲ୍ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡ଼ିଜ୍ ୱାରର୍କସ ଆସୋସିଏସନ ।  ଏନେଇ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଓହ୍ଲାଇଛନ୍ତି ।  ବିକାଶ ଭବନ ସମ୍ମୁଖରେ ଧାରଣାରେ ବସିଛନ୍ତି ଶତାଧିକ ଅଙ୍ଗନଓ୍ବାଡ଼ି କର୍ମୀ ।  ଆଜି ସକାଳୁ ବିକାଶ ଭବନ ସମ୍ମୁଖରେ ୧୫୯ ଟି ଅଙ୍ଗନବାଡ଼ି କେନ୍ଦ୍ରର ତିନି ଶହରୁ ଊର୍ଦ୍ଧ୍ବ କର୍ମୀ ଧାରଣାରେ ବସି ପ୍ରତିବାଦ ପ୍ରଦର୍ଶନ କରିଛନ୍ତି । ସି.ଡି.ପି.ଓ ଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ଅଙ୍ଗନବାଡ଼ି କର୍ମୀ ।  ବିଭିନ୍ନ ସମୟରେ ଲାଞ୍ଚ ମାଗିବା ସହିତ ଉଦ୍ଦେଶ୍ୟମୂଳକ ଭାବରେ ଅଙ୍ଗନବାଡ଼ି କର୍ମୀଙ୍କୁ ହଇରାଣ କରୁଥିବା କହିଛି ସଂଘ ।

 

ଆହୁରି ପଢ଼ନ୍ତୁ :  ସ୍ତ୍ରୀକୁ ଶାରୀରିକ ନିର୍ଯାତନା ମାମଲା, ସ୍ୱାମୀକୁ ୩ ବର୍ଷ ୬ ମାସ କାରାଦଣ୍ଡ