ବଢ଼ିଲା ଅଙ୍ଗନବାଡି କର୍ମୀଙ୍କ ସେବା ନିବୃତ ପ୍ରୋତ୍ସାହନ ରାଶି :  ୨୦ହଜାର ଟଙ୍କା ବଦଳରେ ପାଇବେ ୪୦ ହଜାର ଟଙ୍କା

କେନ୍ୟୁଜ୍(ବ୍ୟୁରୋ): ସେବା ନିବୃତ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ହୋଇଛି । ଅଙ୍ଗନବାଡି କର୍ମୀ ସେବା ନିବୃତ ବେଳେ ୨୦ହଜାର ଟଙ୍କା ବଦଳରେ ଏକକାଳୀନ ପ୍ରୋତ୍ସାହନ ରାଶି ୪୦ ହଜାର ଟଙ୍କା ପାଇବେ । ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମିନି ଅଙ୍ଗନବାଡି କର୍ମୀଙ୍କର ପ୍ରୋତ୍ସାହନ ରାଶି ୧୫ ହଜାର ଟଙ୍କାରୁ ୩୦ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଅଙ୍ଗନବାଡି ସହାୟିକାଙ୍କର ପ୍ରୋତ୍ସାହନ ରାଶିକୁ ୧୦ ହଜାର ଟଙ୍କାରୁ ୨୦ ହଜାର ଟଙ୍କାକୁ ବୃଦ୍ଧି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ନୂତନ ପ୍ରୋତ୍ସାହନ ରାଶି ପିଛିଲା ଭାବେ ୨୦୧୯ ଜାନୁଆରୀ ପହିଲାରୁ ଲାଗୁ କରାଯାଇଛି । ଏହାଦ୍ୱାରା ବର୍ତ୍ତମାନ ସୁଦ୍ଧା ସେବା ନିବୃତ ହୋଇଥିବା ୧୯ଶହ ୯୧ ଅଙ୍ଗନବାଡି କର୍ମୀ, ମିନି ଅଙ୍ଗନବାଡି ଓ ସହାୟିକା ଉପକୃତ ହେବେ ।

୧ ଲକ୍ଷ ୩୦ ହଜାର ଅଙ୍ଗନବାଡି କର୍ମୀ ଉପକୃତ ହେବେ । ସେହିପରି ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ପ୍ରତିବର୍ଷ ସବେତନ ଚିକିତ୍ସା ଛୁଟି ବା ପେଡ୍‌ ମେଡିକାଲ୍‌ ଲିଭ୍‌ ପ୍ରଦାନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଗ୍ରାମାଞ୍ଚଳରେ ପିଲାମାନଙ୍କ ସ୍ୱାସ୍ଥ୍ୟ, ପୁଷ୍ଟିସାଧନ, ଶିକ୍ଷା ତଥା ମହିଳାଙ୍କ ସଚେତନତା କ୍ଷେତ୍ରରେ ଅଙ୍ଗନବାଡି କର୍ମୀଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନଙ୍କର ନିଷ୍ଠାପର କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ସେବା ନିବୃତ ବେଳେ ପ୍ରୋତ୍ସାହନ ରାଶିର ପରିମାଣ ବୃଦ୍ଧି କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.