ମୋର ଟେଷ୍ଟ ହେଇନି, ପିଇଲି ବୋଲି ଜାଣିଲେ କେମିତି ? ୮ ହଜାର ଚାଲାଣ କଟିବା ପରେ ଥାନାରେ ମହିଳାଙ୍କ ଅଭିଯୋଗ

ଅନୁଗୁଳ (କେନ୍ୟୁଜ୍‌) : ଏବେ କୁଆଡ଼େ ଟ୍ରାଫିକ୍‌ ନିୟମ ଭାରି କଡ଼ାକଡ଼ି ହୋଇଛି । ଟ୍ରାଫିକ୍‌ ପୋଲିସ୍‌ ଟିକିଏ କିଛି ଓଲମ ବିଲମ ଦେଖିଲେ ଚାଲାଣ କାଟି ଦେଉଛନ୍ତି । ଏମିତିରେ ଜଣେ ମହିଳାଙ୍କ ନାଁରେ ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ପରିବହନ ବିଭାଗରୁ ତାଙ୍କ ନିକଟକୁ ଚାଲାଣ ଆସିଲା । ହେଲେ ଏହି ମହିଳା ଜଣକ ଏବେ ପାଲଟା ଅଭିଯୋଗ ଆଣି ଥାନାରେ ପହଞ୍‌ିଛନ୍ତି । ଅନୁଗୁଳ ଥାନାରେ ସେ ଅଭିଯୋଗ କରିଛନ୍ତି ଯେ ତାଙ୍କର ସମ୍ମାନ ହାନି ହୋଇଛି ।

ତାଙ୍କ ନିକଟକୁ ଆସିଥିବା ଏକ ଇ-ଚାଲାଣରେ ହେଲମେଟ୍‌୍‌, ଲାଇସେନ୍ସ ନଥିବା ସହ ମଦ ପିଇ ଗାଡ଼ି ଚଳାଇଥିବା ଯୋଗୁଁ ୮ ହଜାର ଟଙ୍କା ଜୋରିମନା ଦେବାକୁ କୁହାଯାଇଛି । ଏହି ଚାଲାଣ ପାଇବା ପରେ ମହିଳା ଜଣକ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସେ କହିଛନ୍ତି କି ମୁଁ, ଓମ୍‌ ଶାନ୍ତି ସଂଗଠନ ସହ ଜଡିତ । ପିଆଜ ରସୁଣ ଖାଏ ନାହିଁ । ଏପରି ସ୍ଥଳେ ମଦ ପିଇ ଥିବାର ଅଭିଯୋଗ ମୋର ସମ୍ମାନ ହାନି କରିଛି ବୋଲି ସେ କହିଛନ୍ତି ।
ସୂଚନା ଅନୁସାରେ ଅନୁଗୁଳ ଥାନା ତୁରଙ୍ଗ ଅଞ୍ଚଳରେ ରହୁଥିବା ମୀନା ଚୌଧୁରୀ ଗତ ୩ ତାରିଖ ଦିନ ଶିମିଳିପଡା ଛକ ନିକଟରେ ଯାଉଥିବା ସମୟରେ ଅନୁଗୁଳ ପରିବହନ ବିଭାଗ ତରଫରୁ ଗାଡି ଚେକିଂ ଚାଲିଥିଲା। ମହିଳା ଜଣଙ୍କ ହେଲମେଟ ପିନ୍ଧି ନଥିବାରୁ ପରିବହନ ବିଭାଗ କର୍ମଚାରୀ ତାଙ୍କୁ ଅଟକାଇ ଥିଲେ । ହେଲମେଟ ବାବଦକୁ ୧ ହଜାର ଟଙ୍କା ଚାଲାଣ କଟା ଯିବ ବୋଲି କହିଥିଲେ । ଆହୁରି ମଧ୍ୟ ତାଙ୍କର କାଗଜପତ୍ର ମାଗି ନଥିଲେ କି ତାଙ୍କର ବ୍ରିଥ ଆନାଲାଇଜର ଟେଷ୍ଟ ମଧ୍ୟ କରାଯାଇ ନଥିଲା । ଆଉ ତାଙ୍କୁ ଘଟଣା ସ୍ଥଳରେ ଜରିମନା ଦେବାକୁ ପଡିବ ନାହିଁ ଏବଂ ତାଙ୍କ ପାଖକୁ ଇ-ଚାଲାଣ ପଠାଯିବ ବୋଲି ପରିବହନ ବିଭାଗ କର୍ମଚାରୀ କହିଥିଲେ । ତେବେ ପରେ ମୀନା ଘରକୁ ଆସି ଅନଲାଇନ୍‌ରେ ଚେକିଂ କରିବା ପରେ ଜଣା ପଡିଲା ଯେ ୮ ହଜାର ଟଙ୍କାର ଚାଲାଣ କଟିଛି । ବ୍ରିଥ ଆନାଲାଇଜର ଟେଷ୍ଟ କରାଯାଇ ସେ ୧୦୦ ମିଲିମିଟର ମଦ ପିଇ ଥିବା ଚାଲାଣରେ ଉଲ୍ଲେଖ ରହିଥିଲା ।

ଏହା ଦେଖି ମହିଳା ଜଣଙ୍କ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । ତାଙ୍କର ବ୍ରିଥ ଆନାଲାଇଜର ଟେଷ୍ଟ ହୋଇ ନଥିବା ବେଳେ ସେ ମଦ ପିଇଥିବା କେମିତି ପ୍ରମାଣିତ ହେଲା ବୋଲି ମୀନା ପ୍ରଶ୍ନ କରିଛନ୍ତି । ତାସହିତ ଏହି ଅଭିଯୋଗ ଫଳରେ ତାଙ୍କର ସମ୍ମାନ ହାନି ଘଟିଥିବା ସେ ତାଙ୍କ ଏତଲାରେ ଦର୍ଶାଇଛନ୍ତି । ମୀନା କହିଛନ୍ତି ମୋର କେବଳ ନ୍ୟାୟ ଦରକାର । କାରଣ ମୁଁ ମଦ ଛୁଏଁନି କିନ୍ତୁ ମୋତେ ବିଭାଗ ମଦୁଆ ସଜାଇ ଦେଇଛି ।

MINA-3

 

ତେବେ ଟ୍ରାଫିକ ଓ ପରିବହନ ବିଭାଗ ବିରୋଧରେ ଏଭଳି ଅଭିଯୋଗ ନୂଆ ନୁହେଁ । କେବେ ହେଲମେଟ୍‌ ପାଇଁ କାର୍‌ ଡ୍ରାଇଭର କିମ୍ବା ଟ୍ରକ୍‌ ଚାଳକଙ୍କ ଚାଲାଣ କଟିଛି ତ ଆଉ କେତେବେଳେ ବିନା ଟେଷ୍ଟରେ ମଦ ପିଇଥିବା ଅଭିଯୋଗ ଆସୁଛି । ବିଭାଗ ଏହାର ଉତ୍ତର ରଖିବା ଉଚିତ । ଯଦି ଅଭିଯୋଗ ସତ ତେବେ ଟ୍ରାଫିକ୍‌ କର୍ମଚାରୀ ଏବଂ ପରିବହନ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଜରୁରୀ ବୋଲି ବୁଦ୍ଧିଜୀବୀ ଦାବି କରିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.