ପୁରୀ : ପୁରୀ-ଅନୁଗୁଳ ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି । ମାଳତୀପାଟପୁର ଓ ହୁଲୁହୁଳିଆ ପୋଲ ମଧ୍ଯରେ ଟ୍ରେନରୁ ନିଆଁ ବାହାରିଥିବା ନେଇ ସୂଚନା ମିଳିଛି । ଟ୍ରେନର ବ୍ରେକ ବାଇଣ୍ଡିଙ୍ଗ ଘଷି ହୋଇ ସାମାନ୍ୟ ନିଆଁ ବାହାରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଟ୍ରେନ ପଛ ପାଖ ଇଞ୍ଜିନରୁ ଧୂଆଁ ବାହାରିବା ଲୋକେ ଦେଖିବା ପରେ ଅଟକିଥିଲା ଟ୍ରେନ୍ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ ରେଲୱେ କର୍ମଚାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ଯାଦ୍ୱାରା ଏକ ବଡ ଅଘଟଣ ଟଳି ଯାଇଥିଲା । ନିଆଁକୁ ଦେଖି ଯାତ୍ରୀ ଭୟଭୀତ ହୋଇଯାଇଥିଲେ । କାହିଁକି ଓ କିଭଳି ନିଆଁ ଲାଗିଲା ତାର ଯାଞ୍ଚ କରାଯାଉଛି ।
You might also like