ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଅନୁଗୋଳର ବାଜିରାଉତ ଛାତ୍ରାବାସ

ଅନୁଗୋଳ: ଓଡ଼ିଶାର ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ବର୍ଗତ ନବକୃଷ୍ଣ ଚୌଧୁରୀଙ୍କର ସ୍ମୃତି ବହନ କରୁଥିବା ଅନୁଗୋଳ ସ୍ଥିତ ବାଜିରାଉତ ଛାତ୍ରାବାସର ଉନ୍ନତି ହୋଇପାରୁନାହିଁ । ଜରାଜୀର୍ଣ୍ଣ ଅବସ୍ଥାରେ ଅଛି ଏହି ଛାତ୍ରାବାସ । ବାଜି ରାଉତ ଛାତ୍ରାବାସ ଅନୁଗୋଳ ଜିଲ୍ଲା ତଥା ଓଡିଶାର ର୍ଗବ ଓ ଗୌରବ କିନ୍ତୁ ଏବେବି ବାଜିରାଉତ ଛାତ୍ରାବାସ ସମସ୍ୟା ଭିତରେ ଯୁଝି ହେଉଛି ସମସ୍ୟା ଭିତରୁ ମୁକୁଳି ପାରୁନି। ମାଳତୀ ଦେବୀ ଆଶ୍ରମ ଓ ବାଜି ରାଉତ ଛାତ୍ରାବାସ ହେଉଛି ରାଷ୍ଟ୍ର ପାଇଁ ଏକ ଶ୍ରଦ୍ଧାର କେନ୍ଦ୍ର । ରାଜନୀତି ଓ ସର୍ମପିତ ରାଜନୀତିର ପ୍ରତ୍ୟକ୍ଷ ମନ୍ଦିର ।

ଏହି ଆଶ୍ରମ ଓ ଛାତ୍ରାବାସ ଯେତିକି ବିକାଶ ହେବା କଥା ହୋଇନାହିଁ । ତେବେ ଦୁଇ ମହାନ ସଂଗ୍ରାମୀଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ଛାତ୍ରାବାସ ସମେତ ମାଳତୀ ଦେବୀ ଆଶ୍ରମର ବିକାଶ ପାଇଁ ସମସ୍ତେ ଦାୟିତ୍ୱ ନେବା ଉଚିତ୍ । ମାଳତୀ ଦେବୀ ଥିଲେ ନାରୀ ସଶକ୍ତିକରଣର ଅନ୍ୟତମ ପ୍ରତୀକ । ଦେଶର ସ୍ୱାଧୀନତା ସଂଗ୍ରାମରେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେଇଛନ୍ତି । ସମାଜବାଦ, ଚାଷୀ ଓ ଭୂଦାନ ସହ ଅନେକ ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ ।
ଐତିହାସିକ ବାଜି ରାଉତ ଛାତ୍ରାବାସର ଛାତ୍ରୀ ନିବାସଟି ଅବହେଳିତ ହୋଇପଡ଼ିଛି।

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ବିଗତ ଦିନରେ ଏହାର ପୁନରୁଦ୍ଧାର ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାୟ ୨୫ ଲକ୍ଷ ଟଙ୍କା ଯୋଗାଇ ଦେଇଥିଲେ। ମାତ୍ର ବିବାଦୀୟ ପରିସ୍ଥିତି ମଧ୍ୟରେ ଏହି ଟଙ୍କା ଫେରି ଯାଇଥିବା ବେଳେ ଛାତ୍ରୀ ନିବାସର ଭାଗ୍ୟ ଫିଟିପାରିନି। ଛାତ୍ରୀ ନିବାସକୁ ଯଥାଶୀଘ୍ର ଜିଲ୍ଲା ଖଣିଜ ପାଣ୍ଠି ହେଉକି ଅନ୍ୟ ସ୍ଥାନୀୟ ପାଣ୍ଠିରୁ ପୁନରୁଦ୍ଧାର କରାଯିବ ବୋଲି ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ତଥା ବୈଷୟିକ ବିଜ୍ଞାନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରକାଶ କରିଛନ୍ତି।

ମନ୍ତ୍ରୀ ପ୍ରଥମେ ନବ-ମାଳତୀ ସ୍ମୃତିପୀଠରେ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ପରେ ଅବହେଳିତ ହୋଇ ରହିଥିବା ଯୋଗଜନ୍ମା, ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନବକୃଷ୍ଣ ଚୌଧୁରୀ ଓ ସ୍ବାଧୀନତା ସଂଗ୍ରାମୀ ମାଳତୀ ଚୌଧୁରୀଙ୍କ ସ୍ମୃତିଭରା ନୁମା-ବାପିଙ୍କ ଚାଳିଆ କୁଟୀର ପରିର୍ଦଶନ କରିଥିଲେ ।  କୁଟୀର ମଧ୍ୟରେ ଥିବା ନୁମା-ବାପିଙ୍କ ଖଟିଆ ଠାରୁ ଆରମ୍ଭ କରି ନିତ୍ୟ ବ୍ୟବହୃତ ସାମଗ୍ରୀ ଦେଖିଥିଲେ। ପରେ ଜରାଜୀର୍ଣ୍ଣ ହୋଇ ପଡ଼ିଥିବା ଛାତ୍ରୀ ନିବାସ ସହିତ ଆଶ୍ରମ ବୁଲି ଦେଖିଥିଲେ ।  ସର୍ବୋଦୟ ନେତ୍ରୀ ତଥା ନବକୃଷ୍ଣ ଚୌଧୁରୀଙ୍କ ଝିଅ ବାଜି ରାଉତ ଛାତ୍ରାବାସର ମାର୍ଗର୍ଦଶିକା କୃଷ୍ଣା ମହାନ୍ତି ଓ ବାଜି ରାଉତ ଛାତ୍ରାବାସର ର୍କମର୍କତ୍ତାଙ୍କ ସହିତ ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ ।

ନୁମା-ବାପି କୁଟୀରର ସଂରକ୍ଷଣ ନେଇ ଆଲୋଚନା କରାଯିବା ସହିତ ଛାତ୍ରୀନିବାସର ପୁନରୁଦ୍ଧାର ନେଇ ପ୍ରତିଶ୍ରୁତି ଦେଇଥିଲେ ।  ଅପରପକ୍ଷରେ ଛାତ୍ରାବାସରେ ର୍ବତ୍ତମାନ ପ୍ରାୟ ୧୩୦ ଜଣ ଅନ୍ତବୋସୀ ରହି ପାଠ ପଢୁଛନ୍ତି ।  ସରକାର ସିସିଆଇ ସ୍କିମ୍‌ରେ ୮୦ ଜଣଙ୍କୁ ଚାଉଳ ଯୋଗାଇ ଦେଉଥିବା ବେଳେ ସମସ୍ତ ଅନ୍ତେବାସୀଙ୍କୁ ଚାଉଳ ଯୋଗାଇ ଦେବାକୁ ଛାତ୍ରାବାସ କର୍ତ୍ତୃପକ୍ଷ ଦୃଷ୍ଟି ଆର୍କଷଣ କରିଥିଲେ ।

You might also like