ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବ ତିନିରଥ

ପୁରୀ (କେନ୍ୟୁଜ): ଆସନ୍ତାକାଲି ମହାପ୍ରଭୁଙ୍କ ପବିତ୍ର ଘୋଷଯାତ୍ରା। ତିନି ବାଡରୁ ଆସିଲା ଆଜ୍ଞାମାଳ। ଶ୍ରୀମନ୍ଦିରରେ ସକାଳ ଧୂପ ନୀତି ସରିବା ପରେ ଆଜ୍ଞାମାଳ ବିଜେ ହୋଇଛି। ୩ ବାଡର ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ବିଜେ କରିଛନ୍ତି। ଆଜ୍ଞାମାଳ ବିଜେ ପରେ ରଥ ଟଣା ହୋଇ ସିଂହଦ୍ୱାର ସାମ୍ନାକୁ ଆସି ରଖାଯିବ। ସେପଟେ ଆଜି ଉଭାଯାତ୍ରାରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ଶ୍ରୀଜିଉ।

ଚଳିତ ବର୍ଷ ନବଯୌବନ ଦର୍ଶନ ୨ ଦିନ ପଡୁଥିବାରୁ ଆଜି ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିପାରିବ ଭକ୍ତ। ଆସନ୍ତାକାଲି ଶ୍ରୀଗୁଣ୍ଡିଚା ଯାତ୍ରା ପାଇଁ ପ୍ରସ୍ତୁତିକୁ ଦୃଷ୍ଟିରେ ରଖି ଆଜି ସନ୍ଧ୍ୟା ୫ଟାରୁ ଦର୍ଶନ ବନ୍ଦ ରହିବ। ତେବେ ଆଜି ଭୋର ୪ଟାରୁ ୬ଟା ୩୦, ମଧ୍ୟାହ୍ନ ୧୨ଟା ୩୦ରୁ ୧ଟ ୩୦, ଅପରାହ୍ନ ୩ଟା ୩୦ରୁ ୫ଟା ପର୍ଯ୍ୟନ୍ତ ଜାରି ରହିବ ଦର୍ଶନ। ସକାଳ ୬ଟା ୩୦ରୁ ୧୨ଟା ୩୦ ଓ ୧ଟା ୩୦ରୁ ଅପରାହ୍ନ ୩ଟା ୩୦ ଓ ସନ୍ଧ୍ୟା ୫ଟାରେ ଦର୍ଶନ ବନ୍ଦ କରାଯାଇ ମହାପ୍ରଭୁଙ୍କ ନୀତି କରାଯିବ। ଏବର୍ଷ ଭକ୍ତଙ୍କ ଗହଣରେ ହେବ ମହାପ୍ରଭୁଙ୍କ ଘୋଷଯାତ୍ରା । ଶୃଙ୍ଖଳିତ ରଥଯାତ୍ରା ସହ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.