କୁମାର ପୂର୍ଣ୍ଣିମାରେ ରକ୍ତ ରଞ୍ଜିତ ହେଲା ବିଶପୁରର ସାହାଡ଼ା ସୁନ୍ଦରୀ ପୀଠ

କରଞ୍ଜିଆ (କେ ନ୍ୟୁଜ୍‌) : ସରକାରଙ୍କ କଡା ନିୟମ ସତ୍ତ୍ୱେ ରକ୍ତ ରଞ୍ଜିତ ହେଲା ସାହାଡ଼ା ସୁନ୍ଦରୀ ପୀଠ । ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ପାଦ ଦେଶରେ ଥିବା ବିଶପୁର ଠାରେ ଆଜି ଆରମ୍ଭ ହେଇଛି କୁମାର ପୂର୍ଣ୍ଣିମା ପୂଜା । ଏଠାରେ ମା ସାହାଡ଼ା ସୁନ୍ଦରୀଙ୍କୁ ପୂଜାର୍ଚ୍ଚନା କରାଯାଇଥାଏ। ପ୍ରତ୍ୟେକ ବର୍ଷ ପରି ଆଜି ମଧ୍ୟ ସକାଳୁ ସକାଳୁ ଦେହୁରୀ ଦ୍ଵାରା ମା ସାହାଡ଼ା ସୁନ୍ଦରୀଙ୍କ ପୂଜା କରାଯାଇଥିଲା। ପାଞ୍ଚପିଢର ସମସ୍ତ ବ୍ଲକ୍, ନିକଟସ୍ଥ କେନ୍ଦୁଝର ଜିଲ୍ଲାର ଓ ଝାଡ଼ଖଣ୍ଡ ରାଜ୍ୟର ସାନ୍ତାଳୀ ଏବଂ ବାଥୁଡୀ ସମ୍ପ୍ରଦାୟର ଲୋକମାନେ ଏହି ପୂଜା ନିଜର ମନସ୍କାମନା ପୂରଣ ପାଇଁ ଆସିଥାନ୍ତି। ଲୋକମାନେ ମାନସିକ ଭାବରେ ବୋଦା, କୁକୁଡ଼ା , ହଂସ ଆଦି ବଳି ଦେଇଥାନ୍ତି । ଏଥର ମଧ୍ୟ ବଳି ଯୋଗୁଁ ପଶୁ ପକ୍ଷୀ ରକ୍ତରେ ଲାଲ ହୋଇଛି ସାହାଡ଼ା ସୁନ୍ଦରୀ ପୀଠ ।

SAHADA-2ଖାଲି ବଳି କଥା ନୁହେଁ କରୋନା କଟକଣା ଥିଲେ ମଧ୍ୟ ଏଠି ସବୁ ଖୁଲମ ଖୁଲା ଉଲଂଘନ ଦେଖିବାକୁ ମିଳୁଛି । ଆଧୁନିକ ଯୁଗରେ ମଧ୍ୟ ପ୍ରତି ବର୍ଷ ପରି ଚଳିତ ବର୍ଷ ବିଭିନ୍ନ ପ୍ରକାର ବଳି ଦିଆଯାଉଛି ଏଠାରେ । ଏହି ପୂଜାର୍ଚ୍ଚନା ପାଇଁ ମୀନା ବଜାର ବସିଛି । ଦୁଇଟି ରାଜ୍ୟରୁ ହଜାର ହଜାର ଲେକମାନେ ଏଠାରେ ରୁଣ୍ଡ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.