ଗଞ୍ଜାମ ଘୁମୁସର ବନଖଣ୍ଡରେ ବନ୍ୟପ୍ରାଣୀ ଅସୁରକ୍ଷିତ , ବନ ବିଭାଗ ଓ ସାଧାରଣ ଲୋକ ପରସ୍ପରଙ୍କୁ ଦୋଷାରୋପ

ଗଞ୍ଜାମ(କେନ୍ୟୁଜ୍) : ଗଞ୍ଜାମ ଜିଲ୍ଳା ଭଞ୍ଜନଗର ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡ । ଉଭୟ ବନଖଣ୍ଡର କୃଷ୍ଣସାର ମୃଗ ଓ ମୟୂରଙ୍କ ପାଇଁ ବେଶ୍‌ ନାଁ ରହିଛି । କିଛିଦିନ ହେଲା ଏ ସବୁ ବନଖଣ୍ଡରେ ସୁରକ୍ଷା ଅଭାବରୁ ମୁକ୍ତ ଏବଂ ଅବାଧରେ ବିଚରଣ କରୁଥିବା ବନ୍ୟଜନ୍ତୁ ମୃତ୍ୟୁମୁଖରେ ପଡୁଛନ୍ତି । ଗୋଟିଏ ପରେ ଗୋଟିଏ ବନ୍ୟପ୍ରାଣୀଙ୍କ ଜୀବନ ଯାଉଥିବା ବେଳେ ବହୁ ସଂଖ୍ୟାରେ ହାତୀ ମଧ୍ୟ ମୃତ୍ୟୁବରଣ କଲେଣିି । ବନ୍ୟଜନ୍ତୁ ସୁରକ୍ଷା ପାଇଁ ବନବିଭାଗ ପ୍ରସ୍ତୁତ ହେଲେ ସ୍ଥାନୀୟ ଲୋକଙ୍କ ସହଯୋଗ ମିଳୁନଥିବା କହିଛନ୍ତି ବନ ଅଧିକାରୀ ।

1fଶିକାରୀଙ୍କ ପ୍ରଦୁର୍ଭାବରୁ ବନ୍ୟଜନ୍ତୁଙ୍କ ସଂଖ୍ୟା କମୁଥିବା କହିଛନ୍ତି ଅଞ୍ଚଳବାସୀ । ସେପଟେ ବିଭିନ୍ନ ସମୟରେ ଜନବସତି ଆଡକୁ ପଶିଆସି ଲୋକଙ୍କୁ ଆକ୍ରମଣ କରିବା ସହ ଫସଲ ସବୁ ନଷ୍ଟ କରୁଛନ୍ତି ହାତୀ । ଲୋକଙ୍କୁ କ୍ଷତିପୂରଣ ମିଳୁନଥିବା ବେଳେ ବନ୍ୟପ୍ରାଣୀଙ୍କ ଆକ୍ରମଣରୁ କୌଣସି ସୁରକ୍ଷା ଦେଉନାହିଁ ବନ ବିଭାଗ । କେବଳ ପ୍ରଚାରରେ ବନ ବିଭାଗର କାର‌୍ୟ୍ୟକ୍ରମ ସୀମିତ ରହୁଥିବା ଅଭିଯୋଗ କରିଛନ୍ତି ଲୋକେ ।

2fବନ୍ୟପ୍ରାଣୀଙ୍କ ସୁରକ୍ଷା ଏବଂ ସେମାନଙ୍କୁ ନେଇ ଉପୁଜୁଥିବା ସମସ୍ୟାକୁ ନେଇ ନିଜ ନିଜ ଯୁକ୍ତିରେ ଅଟଳ ବନ ବିଭାଗ ଓ ଜନସାଧାରଣ । ପରସ୍ପରଙ୍କୁ ଦୋଷାରୋପ ନକରି ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ସଂରକ୍ଷଣ ଦିଗରେ ଜନସାଧାରଣ ଓ ବନ ବିଭାଗ କାମକରିବା ଜରୁରୀ ହୋଇପଡ଼ିଛି ।