ବିନା ଅନୁମତିରେ ବାୟୋପିକ୍‌: ୱେବ ସିରିଜକୁ ଅଞ୍ଜନାଙ୍କ ବିରୋଧ

ଭୁବନେଶ୍ବର(କେନ୍ୟୁଜ୍):ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ରଙ୍କ ଘଟଣାକୁ ନେଇ େଓ୍ଵବ୍‌ ସିରିଜ ପ୍ରସ୍ତୁତକୁ ବିରୋଧ । ବିନା ଅନୁମତିରେ େଓ୍ଵବ ସିରିଜକୁ ବିରୋଧ କରିଛନ୍ତି ଅଞ୍ଜନା ମିଶ୍ର । କହିଛନ୍ତି, େଓ୍ଵବ ସିରିଜ ପ୍ରସ୍ତୁତ କରିବା ପୂର୍ବରୁ କେହି ତାଙ୍କ ସହ ଆଲୋଚନା କରିନାହାନ୍ତି । ଏନେଇ ତାଙ୍କର ସହମତି ମଧ୍ୟ ନେଇନାହାନ୍ତି । ସଂପୃକ୍ତ ପ୍ରଡକ୍ସନ ସଂସ୍ଥାକୁ ସତର୍କ କରାଉଛି ଏହାକୁ ବନ୍ଦ କରନ୍ତୁ । ନଚେତ ଆଇନର ଆଶ୍ରୟ ନେବି ବୋଲି କହିଛନ୍ତି ଅଞ୍ଜନା ମିଶ୍ର । ଓଟିଟି ପ୍ଲାଟଫର୍ମରେ ନିର୍ମାଣ ହେଉଥିବା େଓ୍ଵବ୍‌ ସିରିଜ୍‌ ବିରୋଧରେ ଅଭିଯୋଗ ଆଣିଛନ୍ତି ଅଞ୍ଜନା ମିଶ୍ର । କହିଛନ୍ତି ତାଙ୍କ ଅଜାଣତରେ ତାଙ୍କ ଜୀବନୀ କାହାଣୀ ଉପରେ ତିଆରି ହେଉଛି େଓ୍ଵବ୍‌ ସିରିଜ୍‌ ।

ଅଞ୍ଜନା ମିଶ୍ରଙ୍କ ଘଟଣାରେ େଓ୍ଵବ୍‌ ସିରିଜ ପ୍ରସ୍ତୁତ କରୁଛି ଏକ ଘରୋଇ ପ୍ରଡକସନ୍‌ ସଂସ୍ଥା । ମୋଟ୍‌ ୯ଟି ଏପିସୋଡରେ ପୂରା ଘଟଣା ପ୍ରସ୍ତୁତ କରିବାକୁ ଯୋଜନା କରିଛି । ଏଥିରେ ଅଞ୍ଜନାଙ୍କ ସହ ଘଟିଥିବା ଘଟଣା, ତଦନ୍ତ, ଅଞ୍ଜନାଙ୍କ ସଂଘର୍ଷ ଓ ଅଭିଯୁକ୍ତର ଗିରଫଦାରୀ ଆଦି ପ୍ରସଙ୍ଗକୁ ସ୍ଥାନ ଦିଆଯିବ । ଗୋଟିଏ ଏପିସୋଡ୍‌ ସୁଟିଂ ସରିଥିବା ସୂଚନା ମିଳିଛି । ଏଥିରେ ଅଭିନୟ କରୁଛନ୍ତି ବହୁ ନାମୀଦାମୀ କଳାକାର । ୨୦୨୩ରେ େଓ୍ଵବ ସିରିଜ ରିଲିଜ କରିବାକୁ ଲକ୍ଷ୍ୟ ରଖାଯାଇଛି । ବିନା ଅନୁମତିରେ ଏହି େଓ୍ଵବ ସିରିଜ କରାଯାଉଥିବାରୁ ତାକୁ ବିରୋଧ କରିଛନ୍ତି ଅଞ୍ଜନା ମିଶ୍ର । ଅନୁମତି ମାଗିଲେ ବି ପ୍ରଡକ୍ସନ୍‌ ସଂସ୍ଥାକୁ ଦେବି ନାହିଁ ବୋଲି ରୋକଠାକ୍‌ କହିଛନ୍ତି ଅଞ୍ଜନା ମିଶ୍ର । ଅନ୍ୟପଟେ ଏ ସମ୍ପର୍କରେ ପ୍ରଡକ୍ସନ ହାଉସର କୌଣସି ପ୍ରତିକ୍ରିୟା ମିଳିନାହିଁ ।

Leave A Reply

Your email address will not be published.