୧୧୧ଟି ଆକାଂକ୍ଷୀ ଜିଲ୍ଲାଗୁଡିକ ମଧ୍ୟରୁ ବିକାଶ ତାଲିକାର ଟପ୍ ଫାଇଭ୍ରେ ଓଡ଼ିଶାର ୨ ଜିଲ୍ଲା

ଭୁବନେଶ୍ବର : ୧୧୧ଟି ଆକାଂକ୍ଷୀ ଜିଲ୍ଲାଗୁଡିକ ମଧ୍ୟରୁ ସମଗ୍ର ବିକାଶ ତାଲିକାର ଟପ୍ ଫାଇଭ୍ରେ ଓଡ଼ିଶାର ୨ ଜିଲ୍ଲା । ଦ୍ୱିତୀୟରେ ରହିଛି ନୂଆପଡ଼ା ଓ ପଞ୍ଚମରେ ରହିଛି କୋରାପୁଟ ଜିଲ୍ଲା । ଓଭର ର୍ୟାଙ୍କିଂ ସହ ଶିକ୍ଷା ଓ ମୌଳିକ ଭିତ୍ତିଭୂମି କ୍ଷେତ୍ରରେ ଦ୍ୱିତୀୟରେ ରହିଛି ନୂଆପଡ଼ା। ସେହିପରି ଭିତ୍ତିଭୂମିରେ ପଞ୍ଚମରେ ରହିଛି କୋରାପୁଟ। ଆକାଂକ୍ଷୀ ଜିଲ୍ଲାରେ ନୂଆପଡ଼ା ଦ୍ୱିତୀୟ, କୋରାପୁଟ ପଞ୍ଚମ, ବଲାଙ୍ଗିର ୧୪, ଗଜପତି ୩୪, ଢେଙ୍କାନାଳ ୩୬, କନ୍ଧମାଳ ୩୭, ରାୟଗଡ଼ା ୭୭ ତମ, କଳାହାଣ୍ଡି ୮୫ତମ, ନବରଙ୍ଗପୁର ୯୯ ଓ ମାଲକାନଗିରି ୧୦୫ ନମ୍ବର ସ୍ଥାନରେ ରହିଛି ।
ସ୍ୱାସ୍ଥ୍ୟ, ଶିକ୍ଷା, କୃଷି ଓ ଜଳ ସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ, ଦକ୍ଷତା ବିକାଶ ଓ ମୌଳିକ ଭିତ୍ତିଭୂମି ଏହି ଛଅଟି କ୍ଷେତ୍ରକୁ ନେଇ ଆକାଂକ୍ଷୀ ଜିଲ୍ଲାଗୁଡିକର ପ୍ରଦର୍ଶନ ଆକଳନ ହୋଇଥିଲା। ଓଭର ଅଲ ର୍ୟାଙ୍କିଂରେ ଗଜପତି ୩୪ ତମ ସ୍ଥାନରେ ଥିଲେ ମଧ୍ୟ କୃଷି ଓ ଜଳ ସମ୍ପଦରେ ଗଜପତି ଦ୍ୱିତୀୟ ସ୍ଥାନରେ ରହିଛି। ଦକ୍ଷତା ବିକାଶରେ ଚତୁର୍ଥ ସ୍ଥାନରେ ରହିଛି ରାୟଗଡ଼ା ଜିଲ୍ଲା ।
ଆକାଂକ୍ଷୀ ଜିଲ୍ଲା ତାଲିକାର ଶୀର୍ଷରେ ରହିଛି ତାମିଲନାଡୁରୁ ବିରୁଦ୍ଧନଗର ଏବଂ ସବୁଠାରୁ ତଳେ ରହିଛି ଝାଡ଼ଖଣ୍ଡର ପକୁର ଜିଲ୍ଲା। ତାଲିକାରେ ଓଡ଼ିଶାରୁ ସବୁଠାରୁ ତଳେ ରହିଛି ମାଲକାନଗିରି ଜିଲ୍ଲା। ଜିଲ୍ଲାର ସ୍ଥାନ ୧୦୫ତମ ରହିଛି।