ଶେଷ ହେଲା ଭଦ୍ରକ ଜିଲ୍ଲାର ୨୦୦ବର୍ଷ ପୁରୁଣା ଅଁଳାଶୁଣୀଙ୍କ ଯାତ୍ରା

ଶେଷ ହେଲା ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଅଁଳାଶୁଣୀଙ୍କ ଯାତ୍ରା । ବର୍ଷେ କି ଦୁଇବର୍ଷ ନୁହେଁ ଦୀର୍ଘ ୨ଶହ ବର୍ଷରୁ ଉର୍ଦ୍ଧ୍ୱ ହେବ ଏହି ପର୍ବ ପାଳିତ ହୋଇଆସୁଛି । ପ୍ରତିବର୍ଷ ମକର ପର୍ବ ଅବସରରେ ୭ ଦିନ ଧରି ପାଳନ ହୋଇଥାଏ ଅଁଳାଶୁଣୀଙ୍କ ଯାତ୍ରା । ଏନେଇ ମା’ ଅଁଳାଶୁଣୀଙ୍କ ପୀଠରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା ।

ଭଦ୍ରକ ବନ୍ତ ବ୍ଳକ ଶାସନ ପଞ୍ଚାୟତରେ ରହିଛି ମା’ ଅଁଳାଶୁଣୀଙ୍କ ପୀଠ । କାହିଁ କେଉଁ କାଳରୁ ଏଠାରେ ପୂଜା ପାଉଛନ୍ତି ମା’ । ମା’ଙ୍କ ମହିମା ଯେପରି ରହିଛି କୃପା ମଧ୍ୟ ସେହିପରି ବୋଲି ବିଶ୍ୱାସ ରହିଛି । ମା’ଙ୍କ ପୀଠରେ ମକର ସଂକ୍ରାନ୍ତି ଠାରୁ ମେଳା ଆରମ୍ଭ ହୋଇଥାଏ । ଏହି ମେଳା ୭ ଦିନ ଧରି ଚାଲିଥାଏ । ଚଳିତବର୍ଷ ମଧ୍ୟ ମେଳା ଦେଖିବାକୁ ପ୍ରବଳ ଭକ୍ତଙ୍କ ସୁଅ ଛୁଟିଥିଲା । ମନୋବାଞ୍ଛା ପୂରଣ ହୋଇଥିବା ଶ୍ରଦ୍ଧାଳୁମାନେ ମା’ଙ୍କୁ ମାଟିଘୋଡା, ସୁନାଚିତା ଆଦି ଦାନ କରିଛନ୍ତି।

ଚଳିତବର୍ଷ ମକର ମେଳାକୁ ଅଧିକ ଆକର୍ଷଣୀୟ କରିବାକୁ କମିଟି ପକ୍ଷରୁ ମୀନା ବଜାର ସହ ଯାତ୍ରାର ଆୟୋଜନ ଯାଇଥିଲା । ମେଳାରେ ଦୋଳି ଖେଳିବା ସହ ଚଟପଟା ଖାଦ୍ୟ ଖାଇ ମଜା ନେଉଥିଲେ ଲୋକେ । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ସ୍ଥାନୀୟ ପୋଲିସ ବାହିନୀ ନିୟୋଜିତ ଥିବା ବେଳେ ଯୁବ ସ୍ୱେଚ୍ଛାସେବୀ ସମସ୍ତ କାର‌୍ୟ୍ୟକୁ ନିଷ୍ଠାର ସହ ତୁଲାଇଥିଲେ । ମା’ ଅଁଳାଶୁଣୀଙ୍କ ଯାତ୍ରା ଏଠାରେ ଲୋକଙ୍କୁ ଏକତାର ସୂତ୍ରରେ ବାନ୍ଧି ରଖିଛି ।

KNews Bureau

Recent Posts

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

11 mins ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

25 mins ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

40 mins ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ୍‌ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

51 mins ago

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

1 hour ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

1 hour ago