ମହିଳା ANMଙ୍କୁ ଆକ୍ରମଣ ପରେ ଯୁବକଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

କନ୍ଧମାଳ : ମହିଳା ANMଙ୍କ କଇଁଚିରେ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା ।  ମହିଳା ANM ଙ୍କୁ କଇଁଚି ରେ ମୁଣ୍ଡରେ ଆକ୍ରମଣ ପରେ ପୁରୁଷ ବନ୍ଧୁଙ୍କ ଆତ୍ମହତ୍ୟା ବାଲିଗୁଡା କେ ନୂଆଗାଁ ଥାନା କଡୁତେଲି ANM ସେଣ୍ଟରରେ ଅଭାବନୀୟ ଘଟଣା । ବେକରେ ଓଢଣୀ ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବକ । ମୃତ ଯୁବକ ହେଲେ କେନ୍ଦୁଝର ଜିଲ୍ଲା ବଡବିଲ ଥାନା କଟେସାହିର ଜଗନ୍ନାଥ ବେହେରା । ଗତକାଲି ଭୁବନେଶ୍ୱରରୁ କୁଡୁତେଲି ଆସି ANM କେନ୍ଦ୍ରକୁ ଯାଇଥିଲେ ଜଗନ୍ନାଥ ।

ପରେ ଉଭୟଙ୍କ ମଧ୍ୟରେ ଝଗଡା ପରେ ANM ଙ୍କୁ କଇଁଚିରେ ଆକ୍ରମଣ କରିଥିଲେ ଜଗନ୍ନାଥ । ANM ଜଣକ ଚିଲେଇ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ଡାକିବା ପରେ ANM କେନ୍ଦ୍ରର କବାଟ ଦେଇ ଆତ୍ମହତ୍ୟା କରିଥିଲେ ।  ANM ଜଣକ ଚିଲେଇ ବାହାରକୁ ଆସି ସ୍ଥାନୀୟ ଲୋକଙ୍କୁ ଡାକିବା ପରେ ANM କେନ୍ଦ୍ରର କବାଟ ଦେଇ ଆତ୍ମହତ୍ୟା କରିଥିଲେ ଜଗନ୍ନାଥ । ଜଗନ୍ନାଥ କାହିଁକି ଭୁବନେଶ୍ବରରୁ କୁଡୁତେଲିକୁ ଆସିଥିଲେ, କାରଣ ଅସ୍ପଷ୍ଟ ରହିଛି । ଯୁବକ କୁଡୁତେଲି ANM ଓ ଜଗନ୍ନାଥ ଙ୍କ ମଧ୍ୟରେ କି ସମ୍ପର୍କ ରହିଥିଲା ତାହା ତଦନ୍ତ ସାପେକ୍ଷ ।

You might also like