ଦିନେ ବଢ଼ିଲା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ, ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଲେ ସରକାର

ଭୁବନେଶ୍ବର: ଆଜି ସରିବାର ଥିଲା ବାର୍ଷିକ ପୁଷ୍ପ ପ୍ରଦର୍ଶନୀ । ଏହାକୁ ଆଉ ଦିନେ ବଢ଼ାଇଛନ୍ତି ରାଜ୍ୟ ସରକାର । ହେଲେ ଦର୍ଶକଙ୍କ ଚାହିଦାକୁ ଗୁରୁତ୍ବ ଦେଇ ସରକାର ଏହି ପ୍ରଦର୍ଶନୀକୁ ଜାନୁଆରି ୧୨ (ରବିବାର) ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି । ରାଜଧାନୀ ଭୁବନେଶ୍ୱରର ଏକାମ୍ର କାନନସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ରରେ ଆୟୋଜିତ ହେଉଛି ଏହି ବାର୍ଷିକ ପୁଷ୍ପ ପଦର୍ଶନୀ । ଏଠାକୁ ଆସୁଥିବା ବର୍ଦ୍ଧିତ ସମୟ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶରାମ ସିଂ ଖୁଣ୍ଟିଆ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।

ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ କହିଛନ୍ତି, ଆସନ୍ତା ୧୨ ତାରିଖ ପର୍ଯ୍ୟନ୍ତ ପୁଷ୍ପ ପ୍ରଦର୍ଶନୀ ଜାରି ରହିବ। ଲୋକଙ୍କ ଉତ୍ସାହକୁ ଦୃଷ୍ଟିରେ ରଖି ଏକ ଦିନ ଅବଧି ବଢ଼ାଯାଇଛି ବୋଲି ସେ କହିଛନ୍ତି । ଏହି ପ୍ରଦର୍ଶନୀ ଗତ ୭ ତାରିଖ ଦିନ ଆରମ୍ଭ ହୋଇଥିଲା। ଏହା ୧୧ ତାରିଖରେ ସାରିବାକୁ ଥିଲା ।

flower-