କଲରାବାଙ୍କ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଛି ୨୨ ତମ ବାର୍ଷିକ ଉତ୍ସବ

ଜଗତସିଂହପୁର (କେନ୍ୟୁଜ୍) : ଆଦର୍ଶ ଗ୍ରାମ କଲରାବାଙ୍କରେ କଲରାବାଙ୍କ ଉଚ୍ଚ ବିଦ୍ୟାଳୟର ୨୨ ତମ ବାର୍ଷିକ ଉତ୍ସବ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଛି । ଏଥିରେ ଅତିଥୀ ଭାବେ ବରିଷ୍ଠ ସାମ୍ବାଦିକ ତଥା ଆଗାମୀ ଓଡ଼ିଶାର ସଭାପତି ବିଜୟ କୁମାର ସ୍ୱାଇଁ, ଡକ୍ତର ମାଗୁଣି ଚରଣ ଲେଙ୍କା, ସମାଜସେବୀ ନିରୁପମା ସାମନ୍ତ, କଲରାବାଙ୍କ ଗ୍ରାମ କମିଟି ସଭାପତି ଅଞ୍ଜନ କୁମାର ସାମନ୍ତ, ଗ୍ରାମ କମିଟିର ଅଭିନ ଚନ୍ଦ୍ର କେଶ, କଳିଙ୍ଗ ଇଂରାଜୀ ମିଡିୟମ ସ୍କୁଲର ପ୍ରିନସିପାଲ ରାମକୃଷ୍ଣ ପାଢୀ ପ୍ରମୁଖ ଯୋଗଦେଇଥିଲେ । ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ପରିଡା ଅଧ୍ୟକ୍ଷତା କରିଥିଲେ । ଅତିଥିମାନେ ସ୍କୁଲର ପ୍ରତିଷ୍ଠାରେ ଗାଁର ବରପୁତ୍ର ପ୍ରଫେସର ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଅବଦାନକୁ ମନେ ପକାଇଥିଲେ । ଗତ ୧୩ ବର୍ଷ ହେଲା ସ୍କୁଲର ଛାତ୍ରଛାତ୍ରୀ ଶତପ୍ରତିଶତ ରେଜଲ୍ଟ କରୁଥିବାରୁ ଏହାର ଶିକ୍ଷକ, ଶିକ୍ଷୟତ୍ରୀ ଓ ପ୍ରଧାନ ଶିକ୍ଷକଙ୍କୁ ଧନ୍ୟବାଦ ଯଣାଇଥିଲେ । ଏହି ଅବସରରେ ସ୍କୁଲର ଶ୍ରେଷ୍ଠ ଛାତ୍ର, ଶ୍ରେଷ୍ଠ ଖେଳାଳୀ, ଶ୍ରେଷ୍ଠ କୁନି ବୈଜ୍ଞାନିକଙ୍କୁ ପୁରସ୍କୃତ କରାଯାଇଛି । କୁନି କୁନି ପିଲାଙ୍କ ସଂସ୍କୃତିକ କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.