ବଢିଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର, ଖୋଲିଲା ଆଉ ୧୦ଟି ଗେଟ୍
ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬ଟି ଗେଟ୍ ଦେଇ ପାଣି ନିଷ୍କାସିତ ହୋଇଛି । ଉପରମୁଣ୍ଡରେ ବର୍ଷା ଯୋଗୁ ଖୋଲିଛି ଅଧିକ ଗେଟ୍ । ବର୍ତ୍ତମାନ ଡ୍ଯାମର ବାମପଟର ୧୦ଟି ଓ ଡାହାଣ ପଟର ୬ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି ।
କେନ୍ୟୁଜ୍(ବ୍ୟୁରୋ): ଉପରମୁଣ୍ଡରେ ବର୍ଷା । ବଢିଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର । ଖୋଲିଲା ଆଉ ୧୦ଟି ଗେଟ୍ । ବର୍ତ୍ତମାନ ସୁଦ୍ଧା ମୋଟ୍ ୧୬ଟି ଗେଟ୍ ଦେଇ ପାଣି ନିଷ୍କାସିତ ହୋଇଛି । ଉପରମୁଣ୍ଡରେ ବର୍ଷା ଯୋଗୁ ଖୋଲିଛି ଅଧିକ ଗେଟ୍ ।
ବର୍ତ୍ତମାନ ଡ୍ୟାମର ବାମପଟର ୧୦ଟି ଓ ଡାହାଣ ପଟର ୬ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେଉଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ଭିତରକୁ ପ୍ରବେଶ କରୁଛି ୨ଲକ୍ଷ ୧୭ହଜାର ୪୯୪ କ୍ୟୁସେକ୍ ପାଣି । ପ୍ରତି ସେକେଣ୍ଡରେ ୨ଲକ୍ଷ ୯୫ହଜାର ୬୨୭ କ୍ୟୁସେକ୍ ପାଣି ନିଷ୍କାସିତ ହେଉଛି । ଏବେ ଜଳଭଣ୍ଡାରରେ ରହିଛି ମୋଟ୍ ୬୨୯.୫୬ ଫୁଟ୍ ପାଣି ।