ହାଇସ୍କୁଲ ରୂପାନ୍ତରଣରେ ଆଜି ଆଉ ୧୦ଟି ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

କେନ୍ୟୁଜ୍(ବ୍ୟୁରୋ):  ହାଇସ୍କୁଲ ରୂପାନ୍ତରଣରେ ଆଉ ୧୦ଟି ସ୍କୁଲ ଲୋକାର୍ପିତ । ପଞ୍ଚମ ପର୍ଯ୍ୟାୟରେ ଗଞ୍ଜାମ ଜିଲ୍ଲା ହିଞ୍ଜିଳିରେ ଏହାକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗତ ୨୧ ତାରିଖରେ ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧିନରେ ହାଇସ୍କୁଲକୁ ରୂପାନ୍ତରୀକରଣ କାର୍ଯ୍ୟ ଆରମ୍ଭ ହୋଇଥିଲା ।

ପାଞ୍ଚଟି ପର୍ଯ୍ୟାୟରେ ୫୦ଟି ସ୍କୁଲ ଲୋକାର୍ପଣ ହୋଇଛି । ସ୍ମାର୍ଟ କ୍ଲାସ ରୁମ୍‌ଗୁଡିକୁ ଅତ୍ୟାଧୁନିକ ଢାଞ୍ଚାରେ ନିର୍ମାଣ କରାଯିବା ସହ ଇ-ଲାଇବ୍ରେରୀ, ଇ-ଲାବୋରେଟାରୀ, ଅତ୍ୟାଧୁନିକ ଟଏଲେଟ୍‌, ପିଇବା ପାଣି ଆଦିର ବ୍ୟବସ୍ଥା କରାଯାଇଛି । ଏଣିକି ବ୍ଲାକବୋର୍ଡ ପରିବର୍ତ୍ତେ ଏଲ୍‌ଇଡି ଓ ହ୍ଵାଇଟ୍‌ ବୋର୍ଡରେ ପାଠ ପଢିବେ ଛାତ୍ରଛାତ୍ରୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.