କିସ୍ ପିଲାଙ୍କ ପାଇଁ କର୍ଣ୍ଣାଟକରୁ ଆସିଲା ଆଉ ୧୦ଟନ ଅଙ୍ଗୁର, ଦିଆଯିବ ୪୦ ହଜାର ଛାତ୍ରଛାତ୍ରୀଙ୍କୁ

ଭୁବନେଶ୍ୱର : କିସ୍ ର ୪୦ ହଜାର ଛାତ୍ରଛାତ୍ରୀଙ୍କ ପାଇଁ କର୍ଣ୍ଣାଟକରୁ ଆଉ ୧୦ ଟନ ଅଙ୍ଗୁର ଆଜି କିସ୍ ରେ ପହଞ୍ଚିଛି । ଏହା କିସ୍ ପିଲାଙ୍କ ମଧ୍ୟରେ ବଣ୍ଟନ କରାଯିବ । ପ୍ରତିବର୍ଷ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ୍ ଛାତ୍ରଛାତ୍ରୀଙ୍କ ପାଇଁ ଭାରତର ବିଭିନ୍ନ ସ୍ଥାନରୁ ଉତ୍କୃଷ୍ଟ ଧରଣର ଋତୁ କାଳୀନ ଫଳ ଆଣିଥାନ୍ତି ।  ପ୍ରତିବର୍ଷ ଡ. ସାମନ୍ତ କମଳା, ପିଜୁଳି, ସେଓ ଓ ଅଙ୍ଗୁର ଆଦି ଫଳ କିସ୍ ପିଲାଙ୍କ ପାଇଁ ମଗାଇଥାନ୍ତି । ପିଲାଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି କିସ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ଋତୁକାଳୀନ ଫଳ ଖାଇବା ପାଇଁ ଦେଇଥାନ୍ତି । ଚଳିତବର୍ଷ କର୍ଣ୍ଣାଟକରୁ ଆସିଥିବା ୧୦ ଟନ ଅଙ୍ଗୁର ଆଜି ପହଞ୍ଚିବା ପରେ ପିଲାମାନଙ୍କ ମଧ୍ୟରେ ବଣ୍ଟାଯାଇଛି । କର୍ଣ୍ଣାଟକର ସବୁଠାରୁ ଉନ୍ନତ କିସମର ଅଙ୍ଗୁର ପିଲାଙ୍କ ପାଇଁ ଅଣାଯାଇଛି ।